ନବରଙ୍ଗପୁରରେ ମେଗା ଆଇନ ସେବା ଶିବିର ଅନୁଷ୍ଠିତ

ନବରଙ୍ଗପୁର,ଏନ୍ଏନ୍ଏସ୍: ଆଇନ ସେବା ପ୍ରାଧିକରଣ କଟକ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର, ଜିଲ୍ଲାପ୍ରଶାସନର ମିଳିତ ସହଯୋଗରେ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଏକ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଇନ ସଚେତନତାରୁ ସଶକ୍ତିକରଣ, ଦାରିଦ୍ର ଦୂରୀକରଣର ଫଳପ୍ରଦ କାର୍ଯ୍ୟକାରିତା ଯୋଜନାକୁ ନେଇ ଅନୁଷ୍ଠିତ ଏହି ମେଗା ଆଇନ ସଚେତନତା ଶିବିରରେ ମୁଖ୍ୟ ଅଥିତି ଭାବେ ମାନ୍ୟବର ଜଷ୍ଟିସ ଏମ୍ଏସ୍‌ ରମଣ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାର ପତି, ଯୋଗଦେଇ ମେଗା ଆଇନ ସେବା ଶିବିର, ଆଇନ ସଚେତନତାରୁ ସଶକ୍ତିକରଣ ଉପରେ ଉଲ୍ଲେଖ କରି ଜାତି, ବର୍ଣ୍ଣ, ଧର୍ମ, ନିର୍ବିଶେଷରେ ବିନା ଭେଦଭାବରେ ସମସ୍ତଙ୍କ ପାଇଁ ଆଇନ ସମାନ,ବିନାଖର୍ଚ୍ଚ ରେ ଲୋକେ କିପରି ଦୁଆର ମୁହଁରେ ଆଇନ ସେବା ପାଇପାରିବେ ସେଥି ନିମନ୍ତେ ଆଇନର ଥିବା ବିଭିନ୍ନ ଦିଗ ସମ୍ପର୍କରେ ସେ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଜଜ୍ ସଞ୍ଜୀବ ଦୁବେ, ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ଏସ୍‌ ସୁଶ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଜିଲ୍ଲା ଜଜ୍‌ ଶ୍ରୀ ଦୁବେ ସ୍ଵାଗତ ଭାଷଣ ଦେଇ ମେଗା ଆଇନ ସେବା ଶିବିରର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଏବଂ ଆଇନ ସେବାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ ଡକ୍ଟର ମିଶ୍ର ତାଙ୍କର ବକ୍ତବ୍ୟରେ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା କିପରି ସଫଳ ରୂପାୟନ କରାଯାଇ ପାରିବ ଏବଂ ଯୋଗ୍ୟ ହିତାଧିକାରୀ ମାନେ ଏହାର ସୁଫଳ କିପରି ପାଇପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଆରକ୍ଷୀ ଅଧିକ୍ଷକ ଏସ୍‌ ସୁଶ୍ରୀ ଆଇନ୍ ସେବା ଶିବିର ଉପରେ ଉଲ୍ଲେଖ କରି ସରକାରୀ ଯୋଜନା, କାର୍ଯ୍ୟକ୍ରମର ସଫଳ ରୂପାୟନରେ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇଥିଲେ। ଏହି ଅବସରରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ସରକାରଙ୍କର ବିଭିନ୍ନ ଜନହିତକର ଯୋଜନରରେ ଅନ୍ତର୍ଭୁକ୍ତ କରାଯାଇଥିବା ହିତାଧିକାରୀ ମାନଙ୍କୁ ମାନ୍ୟବର ବିଚାରପତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଜଷ୍ଟିସ ଏମ୍‌ଏସ୍‌ ରମଣଙ୍କ ଦ୍ଵାରା ବିଭିନ୍ନ ଉପକରଣ, ସହାୟତା ରାଶି, ଜଙ୍ଗଲ ଜମି ପଟ୍ଟା, ଆଧାର କାର୍ଡ ଇତ୍ୟାଦି ବଣ୍ଟନ କରାଯାଇଥିଲା।

ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଦିବ୍ୟlଙ୍ଗ ଉପକରଣ, ବିବାହ ସହାୟତା ରାଶି, ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି, ଭାଷା ବୃତ୍ତି ପ୍ରୋତ୍ସାହନ ରାଶି, ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ଏମ ଇପିଏମ୍ଇ ଜିପି ସ୍କିମରେ କାଜୁ ପ୍ରସେସିଂୟୁନିଟ୍ ପାଇଁ ସିଏଚ୍, ଚିହ୍ନା ରାଓଙ୍କୁ ୫୦ ଲକ୍ଷର ଚେକ, ପିଏମ୍ଇ ଜିପି ସ୍କିମରେ ୪ ଜଣ ହିତାଧିକାରୀଙ୍କୁ ୧୭ ଲକ୍ଷ ୪୪ ହଜାର ଟଙ୍କାର ଚେକ୍, ଜିଲ୍ଲା ଶ୍ରମ ବିଭାଗ ତରଫରୁ ତିନି ଅଣ ସଂଗଠିତ ଶ୍ରମିକଙ୍କୁ ୩ ଲକ୍ଷ ମୃତୁ କାଳୀନ ସହାୟତା ରାଶି, ଜଣେ ନିର୍ମାଣ ଶ୍ରମିକକୁ ମୃତ୍ୟୁ କାଳୀନ ଅନ୍ତେଷ୍ଟ କ୍ରିୟା ପାଇଁ ୨ ଲକ୍ଷ ୫ ହଜାର ଟଙ୍କାର ଚେକ୍‌, ପୌରପାଳିକା ନବରଙ୍ଗପୁର ତରଫରୁ ୫ଟି ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଏସ୍‌ଇପି, କାର୍ଯ୍ୟକ୍ରମରେ ଫୋଟ୍‌ ଫେମ୍ ବିଜନେସ୍‌ ପାଇଁ ୧୦ ଲକ୍ଷ, ଲୁଗା ବିଜ୍‌ନେସ୍‌ ପାଇଁ ୬ ଲକ୍ଷ, ଫେନ୍ସି ଷ୍ଟୋର ପାଇଁ ୫ ଲକ୍ଷ, ସିଲେଇ ପାଇଁ ୫ ଲକ୍ଷ, ସ୍ନାକ୍ସ୍ ତିଆରି ପାଇଁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା।

ସେହିପରି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ୫ ଗୋଟି ଡବ୍ଲୁଏସ୍‌ଏଚ୍‌ଜି ଗ୍ରୁପ୍‌ଙ୍କୁ ପ୍ରତେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ, ଶିଶୁ ସୁରକ୍ଷା ବିଭାଗ ତରଫରୁ କୋଭିଡରେ ଅନାଥ ହୋଇଥିବା ୬ ଜଣ ପିଲାଙ୍କୁ ମାସକୁ, ୧୫୦୦ ଟଙ୍କାର ଚେକ୍, ସେହିପରି ମାଛ ଚାଷ ପାଇଁ ୩ ଜଣଙ୍କୁ ପ୍ରତେକଙ୍କୁ ୩ ଲକ୍ଷ ୬୦ ହଜାର ମଞ୍ଜୁର କରାଯାଇଥିବା ଅର୍ଡର, ପ୍ରାଣୀ ଧନ ବିଭାଗ ତରଫରୁ କୁକୁଡ଼ା ପାଳନ, ଛେଳି ପାଳନ ପାଇଁ, ଜିଲ୍ଲା ମଙ୍ଗଳ ବିଭାଗ ତରଫରୁ ୩ ଜଣଙ୍କୁ ଇଣ୍ଟରକାଷ୍ଟ୍ ମ୍ୟାରେଜ ପାଇଁଁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ଚେକ୍, ଆତ୍ରସି ଟି, କେସରେ ମୃତୁ ବରଣ କରି ଥିବା ବ୍ୟକ୍ତି ଙ୍କ ସ୍ତ୍ରୀ ପ୍ରମିଳା ମାଝୀଙ୍କୁ ଅନୁକମ୍ପା ରାଶି ବାବଦକୁ ୮ ଲକ୍ଷ ୨୫ ହଜାର ଟଙ୍କାର ଚେକ୍, ଜିଲ୍ଲା ଓରାମସ୍ ତରଫରୁ ୪୦ ଜଣ ଯୁବକଙ୍କୁ ନିଯୁକ୍ତି ପତ୍ର, ଜନଜାତି ଉନ୍ନୟନ ବିଭାଗ ତରଫରୁ ଜଙ୍ଗଲ ଜମିପଟ୍ଟା, ନବରଙ୍ଗପୁର ବ୍ଲକ୍ ତରଫରୁ ଏମ୍‌ଜି ଏନ୍ଆର୍‌ଇଜିଏ, ଊ ୱାର୍କ ଅର୍ଡର ପ୍ରଦାନ କରାଯାଇଥିଲା।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଏଡିଜେ ଶିବପ୍ରସାଦ ମିଶ୍ର, ଏଡିଜେ ପ୍ରଣତୀ ସାହା, ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ ସୁଦାମ ଚରଣ ଦାସ, ଡିଏଲ୍ଏସ୍‌ଏ ସେକ୍ରେଟାରୀ ଜନକ ରାଉତ, ଏସଡିଜେଏମ୍ ପ୍ରଜ୍ଞା ପଣ୍ଡା, ଜେଏମ୍ଏଫ୍‌ସି ଆର୍‌ଏ ତ୍ରିପାଠୀ, ଆଇନଜୀବି ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ। ଶେଷରେ ଡିଏଲ୍‌ଏସ୍‌ଏ ସେକ୍ରେଟାରି ଶ୍ରୀ ରାଉତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।