ନୂଆ ଫିଚର୍ସ ସହ ଟ୍ୱିଟରର ଦେୟଯୁକ୍ତ ସେବା ଆରମ୍ଭ

ନୂଆଦିଲ୍ଲୀ: ଏଲନ ମସ୍କ ଟ୍ୱିଟର ମାଲିକ ହେବା ପରେ ଲଗାତାର ଭାବେ କିଛି ନା କିଛି ପରିବର୍ତ୍ତନ ଜାରି ରହିଛି । ଏହି କ୍ରମରେ ବ୍ଲୁ ଟିକ୍ ୟୁଜର୍ସଙ୍କ ପାଇଁ ୮ ଡଲାର ଶୁଳ୍କ ଘୋଷଣା କରାଯାଇଥିଲା ଯାହାକି ଏବେ କାର୍ଯ୍ୟକାରୀ ହେଉଛି । କିନ୍ତୁ ଟ୍ୱିଟର ଏଥିରେ କିଛି ନୂଆ ଫିଚର୍ସ ମଧ୍ୟ ପ୍ରଦାନ କରିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଟ୍ୱିଟର ଏହି ବ୍ଲୁ-ଟିକ୍ ସେବା ଆମେରିକା, କାନାଡ଼ା, ଅଷ୍ଟ୍ରେଲିୟା, ନ୍ୟୁଜିଲାଣ୍ଡ ଓ ବ୍ରିଟେନର ଆଇଫୋନ ବ୍ୟବହାରକାରୀଙ୍କ ପାଇଁ ଆରମ୍ଭ କରିଛି ।