ହ୍ରିତିକ ରୋଶନଙ୍କୁ କରୋନା

ମୁମ୍ବାଇ: କରୋନା ମାମଲା ଲଗାତାର ଭାବେ ବଢ଼ୁଥିବାବେଳେ ବଲିଉଡ ଅଭିନେତା ହ୍ରିତିକ ରୋଶନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହ୍ରିତିକ ଏବେ ହୋମ୍ କ୍ୱାରେଣ୍ଟାଇନରେ ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି। ହ୍ରିତିକଙ୍କ ପୂର୍ବରୁ ତାଙ୍କ ପୂର୍ବ ପତ୍ନୀ ସୁଜେନ ଖାନ୍ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ସୂଚନାଯୋଗ୍ୟ, ନିକଟରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଲତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବାବେଳେ ସେ ଏବେ ବି ଆଇସିୟୁରେ ରହିଥିବା ଜଣାପଡ଼ିଛି।