ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେସନ ଆରମ୍ଭ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେସନ ଜାନୁଆରୀ ୩୧ରୁ ଆରମ୍ଭ ହେବ। ବଜେଟ ଅଧିବେସନର ପ୍ରଥମ ପର୍ଯ୍ୟାୟ ୩୧ ଜାନୁଆରୀରୁ ଫେବୃଆରୀ ୧୧ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ହେବ। ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ବଜେଟ ଅଧିବେସନ କରାଇବା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଅଧିବେସନର ଆରମ୍ଭ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋନ୍ଧନରୁ ହେବ।

ସୂଚନାଯୋପ୍ୟ, ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଏହାପୂର୍ବରୁ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସଂସଦ ଭବନ ପରିସରରେ ଉଠାଯାଇଥିବା ସମ୍ବୋଧିତ ପଦକ୍ଷେପ ଓ ପ୍ରସ୍ତୁତିର ତଦାରଖ କରିଛନ୍ତି। ଏଥିସହିତ ୬୦ ବର୍ଷରୁ ଉର୍ଦ୍ଧ୍ୱ ସାଂସଦଙ୍କୁ ବିଶେଷ ଧ୍ୟାନ ଦେବା ସହ ତାଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ଶ୍ରୀ ବିର୍ଲା କହିଛନ୍ତି।