ଏଚ୍‌ପି ଇଣ୍ଡିଆର ଫ୍ୟୁଚର ଅଫ୍ ଲର୍ଣ୍ଣିଂ ଷ୍ଟଡି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭାରତୀୟ ଶିକ୍ଷା ବ୍ୟବସ୍ଥା ମହାମାରୀର ଆରମ୍ଭ ଓ ପ୍ରଭାବ କାରଣରୁ ବ୍ୟାପକ ବ୍ୟାଘାତ ପରିଲକ୍ଷିତ କରିଛି । ଶିକ୍ଷା ବ୍ୟବସ୍ଥାରେ ଘଟିଥିବା ପରିବର୍ତ୍ତନ ଉପରେ କରାଯାଇଥିବା ଏଚ୍‌ପି ଇଣ୍ଡିଆ ଫ୍ୟୁଚର ଅଫ୍ ଲର୍ଣ୍ଣିଂ ଷ୍ଟଡି ୨୦୨୨ରୁ ଜଣାପଡ଼ିଛି ଯେ, ୯୮% ଅଭିଭାବକ ଓ ୯୯% ଶିକ୍ଷକ ଅନ୍‌ଲାଇନ୍ ଶିକ୍ଷାକୁ ଶିକ୍ଷାର ନିରନ୍ତରତା ଭାବେ ଦର୍ଶାଇଛନ୍ତି । ଏପରିକି ୯୧% ଛାତ୍ରଛାତ୍ରୀ ବିଶ୍ୱାସ କରୁଛନ୍ତି ଯେ, ଅନ୍‌ଲାଇନ୍ ଶିକ୍ଷା ପାରମ୍ପରିକ ଶ୍ରେଣୀଗୃହ ଶିକ୍ଷାର ପରିପୂରକ ଅଟେ ।

ଏହି ଅଧ୍ୟୟନ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ କ୍ଷେତ୍ରରେ ଭବିଷ୍ୟତ ପାଇଁ ହାଇବ୍ରିଡ୍ ଲର୍ଣ୍ଣିଂ ମଡେଲ୍ ଲାଗି ଏବଂ ପାରମ୍ପରିକ ଶ୍ରେଣୀଗୃହ ଶିକ୍ଷା ପୁଣିଥରେ ଆରମ୍ଭ ହେବା ପରେ ମଧ୍ୟ ଅନ୍‌ଲାଇନ୍ ଶିକ୍ଷା ସହିତ ପାଠପଢା ଜାରି ରଖିବା ପାଇଁ ଏକ ଉତ୍ସାହଜନକ ଅଭିରୁଚି ଦେଖିଛି । ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସମସ୍ତ ଉତ୍ତରଦାତା ସହମତ ହୋଇଛନ୍ତି ଯେ, ହାଇବ୍ରିଡ୍ ମଡେଲ ଏଭଳି ଅତ୍ୟଧିକ ଖରାପ ପାଣିପାଗ ସ୍ଥିତି ଏବଂ ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତିରେ ନିରନ୍ତର ଶିକ୍ଷା ସୁନିଶ୍ଚିତ କରୁଛି ।