କାର୍ଯ୍ୟରତ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ

  • ପାଟଣା, ଏନଏନଏସ: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପୁଟୁଳିଆସ୍ଥିତ ଫାର୍ମ ହାଉସ ପରିସରରେ ରବିବାର ପାଟଣା ବିଧାୟକ ପାଟଣା ବ୍ଲକର ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହ ଅଞ୍ଚଳର ସମସ୍ୟା କିଭଳି ସମାଧାନ କରାଯିବ ସେଥି ନିମନ୍ତେ ସାମ୍ବାଦିକଙ୍କ ମତ ଲୋଡିଥିଲେ ବିଧାୟକ। ଏହି ପରିପ୍ରେକ୍ଷୀରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବର ବରିଷ୍ଠ ଉପଦେଷ୍ଟା ନୃସିଂହ ନାଥ ସିଂହ, ରାହସ ବିହାରୀ ପୃଷ୍ଟି, ପ୍ରେସ କ୍ଲବର ସଭାପତି ମହେଶ୍ୱର ପୃଷ୍ଟି, ଉପସଭାପତି ବୀରକିଶୋର ଦାଶ,ରଞ୍ଜନ ବାରିକ, କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ମହାନ୍ତ, ସମ୍ପାଦକ ବିଜୟ ରତ୍ନ ପତି ସନ୍ତୋଷ କୁମାର ପତି ,ଶାନ୍ତନୁ ବେହେରା ଅଞ୍ଚଳରେ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଆଦି ଅସୁବିଧା ଓ ପାଟଣା ମୁଖ୍ୟାଳୟରେ ସବ୍ ଟ୍ରେଜେରୀ ଓ ରେଜେଷ୍ଟି ଅଫିସ ସ୍ଥାପନ ପାଇଁ ବିଧାୟକଙ୍କୁ ପ୍ରସ୍ତାବ ଦେଇଥିଲେ। ସେହିପରି ତୁରୁମୁଙ୍ଗା ଡାକ୍ତରଖାନାରେ ଡାକ୍ତର ନଥିବାରୁ ଡାକ୍ତର ନିଯୁକ୍ତି, ତୁରୁମୁଙ୍ଗାରେ ନୂତନ ବ୍ଲକ, ସାହାରପଡାରେ ଥାନା ଆଦି ପ୍ରସ୍ତାବ ସାମ୍ବାଦିକମାନେ ବିଧାୟକଙ୍କ ନିକଟରେ ରଖିଥିଲେ। ଆଗାମୀ ଦିନରେ ଏହି ପ୍ରସ୍ତାବଗୁଡିକୁ ଜିଲ୍ଲା ପ୍ରଶାସନ ଓ ବିଧାନସଭାରେ ଉଠାଇ ଲୋକଙ୍କ ସମସ୍ୟାର ସମାଧାନ କରିବେ ବୋଲି ବିଧାୟକ କହିଥିଲେ। ଶେଷରେ ସ୍ୱାମ ପାଟଣା ପ୍ରେସ କ୍ଲବର ସମ୍ପାଦକ ତଥା ସାମ୍ବାଦିକ ବିଜୟ ରତ୍ନ ପତି ଧନ୍ୟବାଦ ଅର୍ପଣ କରିଥିଲେ।