ରାଜ୍ୟରେ ଦେଢ଼ କୋଟି ଟପିଲା କୋଭିଡ ଟେଷ୍ଟ

  • ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା କ୍ଷେତ୍ରରେ ଆଉ ଏକ ସଫଳତା। ଦେଢ କୋଟି ଟପିଛି କୋଭିଡ ଟେଷ୍ଟ। ଏହି ସଫଳତା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଦୈନିକ ୭୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟିଂ ହେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୧୫ଟି ସଂକ୍ରମିତ ମାମଲା ଆସିଥିବାବେଳେ ୨୪୦୦ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୫୪ ହଜାର ୩୨୬କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ୨୧ ହଜାର ୨୮୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି। କୋଭିଡରେ ୫ ହଜାର ୫୮ ଜଣ ପ୍ରାଣ ହରାଇଛନ୍ତି।