ରାସ୍ତାକଡ଼ରୁ କ୍ଷତାକ୍ତ ଗାଡ଼ଭାଲୁ ଉଦ୍ଧାର

  • ପାଟଣା, ଏନଏନଏସ: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରି ସେକ୍ସନ୍ ଦାସରଥିପୁର ଗାଁରୁ ଏକ ଗାଡ଼ଭାଲୁକୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଗାଡ଼ଭାଲୁ ଉଦ୍ଧାର ପରେ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଗାଡ଼ଭାଲୁର ବୟସ ୨ ରୁ ୩ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ବନ ବିଭାଗ ଦ୍ୱାରା ଚିକିତ୍ସା କରାଯିବା ପରେ ଏହାକୁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯାଇଥିବା ଜଣାପଡ଼ିଛି।