ହୋମଗାର୍ଡ ହେଲେ ମିଷ୍ଟର କନ୍ଧମାଳ

କନ୍ଧମାଳ,ଏନ୍ଏନ୍ଏସ୍: ସୁନ୍ଦର ବଡ଼ି ବିଲଡିଂ ପ୍ରଦର୍ଶନ କରି ସମସ୍ତଙ୍କୁ ପଛରେ ପକାଇ ମିଷ୍ଟର କନ୍ଧମାଳ ଟାଇଟଲ ହାସଲ କରିଛନ୍ତି ଜଣେ ହୋମଗାର୍ଡ। ପ୍ରତିକୂଳ ପରିସ୍ଥିତି ସହ କଠିନ ପରିଶ୍ରମ ଯୋଗୁଁ ଏଭଳି ପାଇଛନ୍ତି ବାଲିଗୁଡ଼ା ଥାନାରେ କାର୍ଯ୍ୟରତ ହୋମଗାର୍ଡ ଦିଲ୍ଲୀପ କୁମାର ପାତ୍ର। ଏବେ କେବଳ ପୁଲିସ ବିଭାଗ ନୁହେଁ, ସାରା ଜିଲ୍ଲାରେ ତାଙ୍କୁ ନେଇ ଗର୍ବ କରୁଛି।

କନ୍ଧମାଳ ଜିଲ୍ଲା ବଡ଼ି ବିଲଡିଂ ଏବଂ ୱେଟ୍ ଲିଫଟିଂ ସଂଘ ତରଫରୁ ଆୟୋଜିତ ଆନ୍ତଃରାଜ୍ୟ ପ୍ରତିଯୋଗିତାରେ ଭାଗନେଇ ଏହି ସଫଳତା ପାଇଛନ୍ତି ଦିଲ୍ଲୀପ। ଆଗକୁ ମିଷ୍ଟର ଓଡ଼ିଶା ଟାଇଟଲ ହାସଲ କରିବା ନେଇ ସେ ଲକ୍ଷ ରଖିଛନ୍ତି।