ଆଜିଠୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟି-୨୦ ଶୃଙ୍ଖଳା, ଅହମ୍ମଦାବାଦରେ ୨ ଦଳ ହେବେ ମୁହାଁମୁିହିଁ

ଅହମ୍ମଦାବାଦ,ଏଜେନ୍ସି: ଆଜି ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ଶୃଙ୍ଖଳା ଖେଳାଯିବ। ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ୫ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଆଜି ସନ୍ଧ୍ୟା ୭ଟାରେ ମ୍ୟାଚ ଖେଳାଯିବ। ଭାରତ-ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳାରେ ଭାରତ ୩-୧ରେ ବିଜୟ ହୋଇଥିବାରୁ ମନୋବଳ ଦୃଢ଼ ରହିଛି। ଏହି ମ୍ୟାଚ୍ ପାଇଁ ମଧ୍ୟ ଭାରତ ଜୋରଦାର ଅଭ୍ୟାସ କରିଛି।

ଇଂଲଣ୍ଡ ବିପକ୍ଷରେ ଭାରତ ଟି-୨୦ ଶୃଙ୍ଖଳାର ୨ୟ ମ୍ୟାଚ ୧୪ରେ, ୩ୟ ମ୍ୟାଚ ୧୬ରେ, ୪ର୍ଥ ମ୍ୟାଚ ୧୮ରେ ଓ ୫ମ ତଥା ଅନ୍ତିମ ମ୍ୟାଚ ୨୦ ତାରିଖରେ ଖେଳାଯିବ।

ସମ୍ଭାବ୍ୟ ଭାରତୀୟ ଟିମ୍‌: କେଏଲ ରାହୁଲ (ୱିକେଟକିପର), ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ସୂର୍ୟ୍ୟକାନ୍ତ ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଭୁବନେଶ୍ୱର କୁମାର, ସାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, ନଭଦୀପ ସଇନୀ, ଅକ୍ଷର ପଟେଲ, ଶିଖର ଧୱନ, ଦୀପକ ଚହର, ଶ୍ରେୟସ ଆୟର, ରାହୁଲ ତିୱାତିଆ, ଈଷାନ କିଷାନ ଓ ରାହୁଲ ଚହର।

ସମ୍ଭାବ୍ୟ ଇଂଲଣ୍ଡ ଦଳ: ଯୋଶ ବଟଲର (ୱିକେଟକିପର), ଇଅନ ମୋର୍ଗାନ (ଅଧିନାୟକ), ଜସନ ରୟ, ଦାୱିଡ଼ ମଲାନ, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ, ମୋଇନ ଅଲୀ, ସାମ କରନ, କ୍ରିସ ଜୋର୍ଡାନ, ଜୋଫ୍ରା ଆର୍ଚ୍ଚର, ଆଦିଲ ରସିଦ, ସାମ ବିଲିଂ, ରେସୀ ଟୋପଲେ, ମାର୍କ ଉଡ, ଟମ କୁରାନ ଓ ଲିଆମ ଲିଭିଂଷ୍ଟୋନ୍।