କରୋନା ଟିକା ଆଷ୍ଟ୍ରେଜେନେକାକୁ ଶକ୍ତ ଝଟକା

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଟିକା ଆଷ୍ଟ୍ରେଜେନେକାକୁ ନେବା ପରେ ଶରୀରରେ ରକ୍ତ ଜମାଟ ବାନ୍ଧୁ ଥିବା ଅଭିଯୋଗ ହେବା ପରେ ଡେନମାର୍କରେ ଏହି ଟିକାକରଣକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଏଥିସହିତ ନରୱେ ଓ ଆଇସଲ୍ୟାଣ୍ଡ ଭଳି ଦେଶ ମଧ୍ୟ ଟିକାକରଣକୁ ବନ୍ଦ ରଖିଛନ୍ତି। ଆଷ୍ଟ୍ରେଜେନେକା ଟିକା ନେବା ପରେ ଶରୀରରେ ଭୀଷଣ ଭାବେ ରକ୍ତ ଜମାଟ ବାନ୍ଧୁ ଥିବାରୁ ଏହି ଟିକାକରଣ ପ୍ରକ୍ରିୟାକୁ ୨ ଦିନ ପାଇଁ ସ୍ଥଗିତ ରଖାଯାଇଥିବା ନେଇ ଡେନମାର୍କ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଏସ୍ତୋନିଆ, ଲାଟିଭିଆ, ଲିଥୋନିଆ ଓ ଲକ୍ସନବର୍ଗ ଭଳି ଦେଶ ଏହି ଟିକାକରଣକୁ ସ୍ଥଗିତ ରଖିଛନ୍ତି।

ଅନ୍ୟପଟେ ଟିକା ନିର୍ମାତା କମ୍ପାନୀ ଆଷ୍ଟ୍ରେଜେନେକା ଓ ଅକ୍ସଫୋର୍ଡ ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଦର୍ଶାଇଛନ୍ତି।