ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ମହାନଦୀରେ ବୁଡି ଛାତ୍ର ମୃତ। ହୋଲି ଖେଳି ଗାଧୋଇବାକୁ ଯାଇଥିବାବେଳେ ମହାନଦୀରେ ବୁଡି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ସୋନପୁର ସହରର ଦଶମ ଶ୍ରେଣୀ ଛାତ୍ର ସୁମିତ୍ ମେହେର ବୋଲି ଜଣାପଡିଛି।
ସୋମବାର ଛାତ୍ର ଜଣଙ୍କ ହୋଲି ଖେଳି ସାରିବା ପରେ ସମ୍ପର୍କୀୟଙ୍କ ସହିତ ସୋନପୁର ମହାନଦୀ ବ୍ରିଜ ତଳ ଘାଟକୁ ଗାଧୋଇବାକୁ ଯାଇଥିଲା। ଛାତ୍ର ଜଣଙ୍କ ଗାଧୋଇବା ସମୟରେ ପାଣି ସ୍ରୋତରେ ଭାସି ଯାଇଥିଲା। କିଛି ଦୂର ଭାସି ଯିବା ପରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ର ଜଣଙ୍କ ସ୍ଥାନୀୟ ଏକ ପବ୍ଲିକ୍ ସ୍କୁଲର ଛାତ୍ର ଥିଲେ ବୋଲି ଜଣାପଡିଛି।