ମେହବୁବାଙ୍କୁ ଝଟକା, ପାସପୋର୍ଟ ମଞ୍ଜୁରୀକୁ ପୁଲିସର ନା

ଶ୍ରୀନଗର,ଏଜେନ୍ସି: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷ ମେହବୁବା ମୁଫ୍ତିଙ୍କୁ ଝଟକା। ମେହବୁବାଙ୍କ ପାସପୋର୍ଟ ଅପଡେସନକୁ ନେଇ ଏବେ ମଞ୍ଜୁରୀ ପ୍ରଦାନ କରିବାକୁ ମନା କରିଦେଇଛି ଜାମ୍ମୁ କାଶ୍ମୀର ପୁଲିସ।

ମୁଫ୍ତିଙ୍କ ଟ୍ବିଟ ଅନୁଯାୟୀ, ତାଙ୍କ ପାସପୋର୍ଟ ସିଆଇଡିର ରିପୋର୍ଟ ଆଧାରରେ ଜାରି କରିବା ପାଇଁ ପୁଲିସ ପକ୍ଷରୁ ମନା କରିଦିଆଯାଇଛି। ମେହବୁବା ମୁଫ୍ତି ଏହି ମାମଲାରେ ଟ୍ବିଟ କରି କହିଛନ୍ତି, ପାସପୋର୍ଟ କାର୍ଯ୍ୟାଳୟ ସିଆଇଡି ରିପୋର୍ଟ ଆଧାରରେ ପାସପୋର୍ଟ ଜାରି କରିବାକୁ ପ୍ରତ୍ୟାଖ୍ୟାନ କରିଛି। ଭାରତର ସୁରକ୍ଷା ପ୍ରତି ବିପଦର ଆଶଙ୍କା ଦର୍ଶାଇ ପାସପୋର୍ଟ ଜାରି କରିବାକୁ ମନା କରାଯାଇଥିବା ଅଭିଯୋଗ କରିଛନ୍ତି ମୁଫ୍ତି।

ମୁଫ୍ତିଙ୍କ ପାସପୋର୍ଟ ତାରିଖ ୩୧ ମେ ୨୦୧୯ ଯାଏଁ ରହିଥିଲା। ତେବେ ପରେ ଏହାକୁ ଅପଡେଟ ପାଇଁ ଅପିଲ କରିଥିଲେ ମେହବୁବା। ପାସପୋର୍ଟ ପାଇଁ ଜାମ୍ମୁ କାଶ୍ମୀର ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ ମୁଫ୍ତି। ହେଲେ ବର୍ତ୍ତମାନସୁଦ୍ଧା ତାଙ୍କ ପାସପୋର୍ଟର ପୁଲିସ ଭ୍ୟାରିଫିକେଶନ ପ୍ରକ୍ରିୟା ପୁରା ହୋଇପାରିନାହିଁ।