ପ୍ରକାଶ ପାଇଲା ବିଶ୍ୱକପ ହକି ଖେଳସୂଚୀ

ନୂଆଦିଲ୍ଲୀ: ୨୦୨୩ ଏଫଆଇଏଚ ପୁରୁଷ ବିଶ୍ୱକପ ହକିର ଖେଳସୂଚି ପ୍ରକାଶ ପାଇଛି । ଜାନୁଆରୀ ୧୩ରେ ସ୍ପେନ ବିରୋଧରେ ଖେଳି ଭାରତ ବିଶ୍ୱକପ ଯାତ୍ରା ଆରମ୍ଭ କରିବ । ଏଥିସହିତ କଳିଙ୍ଗ ଷ୍ଟାଡିୟମରେ କ୍ୱାର୍ଟର ଫାଇନାଲ, ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଖେଳାଯିବ । ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ୨୦ଟି ମ୍ୟାଚ ଖେଳାଯିବ । ଜାନୁଆରୀ ୨୯ରେ ଫାଇନାଲ ମ୍ୟାଚ ସଂଧ୍ୟା ୭ଟାରେ ଖେଳାଯିବ ବୋଲି ସୂଚନା ମିଳିଛି ।