ମହିଳା ହୋମଗାର୍ଡଙ୍କ ବିରୋଧରେ ଅତ୍ୟାଚାର ଅଭିଯୋଗ

ଝରିଗାଁ,ଏନ୍ଏନ୍ଏସ୍: ଝରିଗାଁ ବ୍ଲକ ଧଡ଼ରା ପଞ୍ଚାୟତ ଭୀମାଗୁଡ଼ା ଗ୍ରାମର ଜଣେ ଯୁବତୀ ସେହି ଗ୍ରାମର ହୋମଗାର୍ଡ ଶୁକ୍ରୀ ମାଝୀଙ୍କ ବିରୋଧରେ ଉମରକୋଟ ଥାନାରେ ଅତ୍ୟାଚାର ଅଭିଯୋଗ ଆଣିଛନ୍ତି। ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ମହିଳା ହୋମଗାର୍ଡ ଜଣକ ୨୦୧୬ ମସିହାରେ ତାଙ୍କୁ ଘରକାମ କରିବାକୁ ଡାକିଥିଲେ। ଏହାର କିଛିଦିନ ପରେ ଉମରକୋଟ କୁସୁମଗୁଡାରେ ଏକ ଘର ଭଡ଼ାନେଇ ସେଠାରେ ତାଙ୍କ ସହ ଅନ୍ୟ ଦୁଇଜଣ ଝିଅଙ୍କୁ ରଖି ଦୀର୍ଘ ୪ ବର୍ଷ ଧରି ୩ ଜଣଙ୍କୁ ପାଶବିକ ଅତ୍ୟାଚାର କରି ଆସୁଥିଲେ। ଗତ ମାସ ୧୭ ତାରିଖ ଦିନ ତାଙ୍କୁ ଆଣି ତାଙ୍କ ଘରେ ଛାଡ଼ିବାପରେ ଘଟଣା ସମ୍ପର୍କରେ କାହାରିକୁ କିଛି ନ କହିବା ପାଇଁ ଧମକ ଦେଇଥିଲେ। ତେବେ ଆଜି ପୀଡିତା ଜଣକ ଉମରକୋଟ ଥାନାରେ ସମ୍ପୃକ୍ତ ମହିଳା ହୋମଗାର୍ଡଙ୍କ ବିରୋଧରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ଏନେଇ ଉମରକୋଟ ଥାନାଧିକାରୀ ନେରଶ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ଉଭୟ ପକ୍ଷଙ୍କୁ ଥାନାକୁ ଡକାଯାଇ ଘଟଣାର ତଦନ୍ତପରେ ସତ୍ୟାସତ୍ୟ ବୁଝି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।