ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହଯୋଗ, ମଧ୍ୟପ୍ରଦେଶରୁ ଫେରୁଛନ୍ତି କନ୍ଧମାଳ ପ୍ରବାସୀ

ଫୁଲବାଣୀ,ଏନ୍ଏନ୍ଏସ୍: ରୋଜଗାର ପାଇଁ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ସମେତ ଅନ୍ୟ କେତେକ ଅଞ୍ଚଳର କନ୍ଧମାଳବାସୀ ମଧ୍ୟପ୍ରଦେଶର ବିଭିନ୍ନ କମ୍ପାନୀରେ କାମ କରୁଥିଲେ। ଲକଡ଼ାଉନ ଯୋଗୁଁ ସେମାନେ ଦୀର୍ଘ ୩ ମାସହେଲା ସେଠାରେ ଫସି ରହିଥିଲେ। ଆଜି ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହଯୋଗ ଫଳରେ ସେମାନେ ଫେରୁଥିବା ଜଣାଯାଇଛି। ପ୍ରକାଶ ଯେ, ସେମାନେ କନ୍ଧମାଳ ଫେରିବା ପାଇଁ ଟ୍ୱିଟର ମାଧ୍ୟମରେ ସବ୍ୟସାଚୀଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ସବ୍ୟସାଚୀ ସହଯୋଗର ହାତ ବଢ଼ାଇଥିଲେ। ପ୍ରବାସୀମାନେ ଯେଭଳି ଭାବେ ଫେରିବେ ସେଥିପାଇଁ ବସର ବ୍ୟବସ୍ଥା କରିଛନ୍ତି ସବ୍ୟସାଚୀ। ସ୍କାଇଲ୍ ପ୍ଲିଜ ସଂଗଠନ ମଧ୍ୟ ସହଯୋଗର ହାତ ବଢାଇଥିବା ଜଣାଯାଇଛି।