ହୀରାଖଣ୍ଡ ଓ କେ-କେ ଟ୍ରେନ୍ ୩୧ ଯାଏ ବାତିଲ

କୋରାପୁଟ,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ କେତେଗୁଡ଼ିଏ ଟ୍ରେନକୁ ପୂର୍ବରୁ ବାତିଲ କରିଥିବାବବେଳେ ତାହା ପୁନର୍ବାର ୩୧ ଯାଏ ସମ୍ପ୍ରସାରଣ କରାଯାଇଥିବା କୋରାପୁଟ ଷ୍ଟେସନ୍ ମାଷ୍ଟର୍ ନରେନ୍ଦ୍ର କୁମାର ଭିତିରିଆ ସୂଚନା ଦେଇଛନ୍ତି। ଏହି କ୍ରମରେ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ସ୍ୱତନ୍ତ୍ର ଟ୍ରେନକୁ ୨୩ରୁ ୩୧ ଯାଏ ଓ ଜଗଦଲପୁର-ଭୁବନେଶ୍ୱର ଟ୍ରେନ୍ ୨୪ରୁ ଜୁନ୍ ୧ ଯାଏ ବାତିଲ କରାଯାଇଛି। ସେହିପରି ବିଶାଖାପାଟଣା-କିରଣ୍ଡୁଲ୍ ସ୍ୱତନ୍ତ୍ର ଟ୍ରେନ୍ ମେ’ ୨୨ରୁ ୩୧ ଯାଏ ଏବଂ କିରଣ୍ଡୁଲରୁ ବିଶାଖାପାଟଣା ଯିବାକୁ ଥିବା ଟ୍ରେନ୍ ମେ’ ୨୩ରୁ ଜୁନ୍ ୧ ଯାଏ ବାତିଲ ହୋଇଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବିଶାଖାପାଟଣାରୁ ରାୟପୁର ଯାତାୟତ କରୁଥିବା ଦୈନିକ ଟ୍ରେନ୍ ମେ’ ୨୪ରୁ ୩୧ ଓ ରାୟପୁରରୁ ବିଶାଖାପାଟଣା ଟ୍ରେନ୍ ୨୪ରୁ ଜୁନ୍ ୧ ଯାଏ ବାତିଲ ହୋଇଥିବାବେଳେ ସମ୍ବଲପୁର-ରାୟଗଡ଼ା ଟ୍ରେନକୁ ମେ’ ୨୨,୨୩,୨୬,୨୯,୩୦ ଏବଂ ରାୟଗଡ଼ା-ସମ୍ବଲପୁର ଟ୍ରେନକୁ ୨୨,୨୩,୨୯ ଓ ୩୦ ତାରିଖରେ ବାତିଲ ହୋଇଛି।୍