ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଚାମନ ଲାଲ ଗୁପ୍ତାଙ୍କ ଦେହାନ୍ତ

ଜାମ୍ମୁ,ଏଜେନ୍ସି: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଚମନ ଲାଲ ଗୁପ୍ତାଙ୍କର ଆଜି ପରଲୋକ ଘଟିଛି। ଆଜି ଗାନ୍ଧୀନଗର ବାସଭବନରେ ସେ ୮୭ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଗତ ମେ’ ୫ ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଏବଂ ଗତ ରବିବାର ସେ ନାରାୟଣ ହସ୍ପିଟାଲରୁ ସଫଳ ଚିକିତ୍ସା ପରେ ଘରକୁ ଫେରିଥିଲେ। କାଲି ହଠାତ୍ ତାଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡି ଯାଇଥିଲା ଏବଂ ଆଜି ସକାଳ ୫ଟା ୧୦ରେ ସେ ପ୍ରାଣ ତ୍ୟାଗ କରିଥିଲେ।

୧୯୩୪ ମସିହାରେ ଚାମନ ଜାମ୍ମୁରେ ଜନ୍ମ ଗ୍ରହଣ କରିଥିଲେ। ଗତ କିଛିବର୍ଷ ହେବ ସ୍ୱାସ୍ଥ୍ୟ ଦୁର୍ବଳ ହେବାରୁ ସେ ସାଧାରଣ ରାଜନୀତିରୁ ଦୂରେଇ ରହିଥିଲେ। ତାଙ୍କର ମୃତ୍ୟୁରେ ବିଜେପିର ବରିଷ୍ଠ ନେତାଙ୍କ ପାଖରୁ ଆରମ୍ଭ କରି ସମସ୍ତେ ତାଙ୍କର ଉଜ୍ଜ୍ୱଳମୟ ରାଜନୈତିକ ଜୀବନକୁ ମନେ ପକାଇବା ସହିତ ଶୋକବ୍ୟକ୍ତ କରିଛନ୍ତି।