ସେକ୍ସ ରାକେଟ୍ ଧରାପଡ଼ିବା ପରେ ସିଲ୍ ହେଲା ହିମାବତୀ ପ୍ୟାଲେସ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଭରତପୁର କଳିଙ୍ଗନଗରରେ ସେକ୍ସ ରାକେଟ ହେଉଥିବା ଘଟଣାରେ ସିଲ୍ ହେଲା ହିମାବତୀ ପ୍ୟାଲେସ। ଏହାକୁ ସିଲ୍ କରିଛି ଭୁବନେଶ୍ୱର କମିସନରେଟ ପୁଲିସ। ପୁଲିସ ପକ୍ଷରୁ ଚଢ଼ଉ ହେବା ପରେ ହୋଟେଲ ମାଲିକ ବର୍ତ୍ତମାନ ଫେରାର ଥିବା ସୂଚନା ମିଳିଛି। ଏହି ଘଟଣାରେ ହୋଟେଲରୁ ୮ ବଙ୍ଗୀୟ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଛି ପୁଲିସ। କେବଳ ଏତିକି ନୁହେଁ ଜଣେ ଦଲାଲ ଓ ଜଣେ ଗ୍ରାହକକୁ ମଧ୍ୟ ଗିରଫ କରାଯାଇଛି।

ହୋଟେଲରୁ ମଦ ବୋତଲ ସହ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୁଲିସ। ସୁଚନା ଅନୁସାରେ ଗତକାଲି ରାତିରେ ହିମାବତୀ ପ୍ୟାଲେସରେ ସେକ୍ସ ରାକେଟ ଚାଲୁଥିବା ସୂଚନା ପାଇଁ ଚଢ଼ଉ କରିଥିଲା ପୁଲିସ ହେଲେ ବର୍ତ୍ତମାନ ଫେରାର୍ ଥିବା ମାଲିକଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି।