ନୂଆଦିଲ୍ଲୀ,ଏଜେନ୍ସି: ଶେଷ ହେଲା ୧୪ ଦିନିଆ ଟୋକିଓ ପାରା ଅଲମ୍ପିକ୍ ଅଭିଯାନ। ଚଳିତ ଥର ଭାରତ ପାଇଁ ପାରା ଅଲମ୍ପିକରେ ହୋଇଛି ମେଡାଲ ବର୍ଷା। ପାରା ଅଲମ୍ପିଆନ ମାନେ ସବୁକ୍ଷେତ୍ରରେ ଇତିହାସ ସୃଷ୍ଟି କରି ଭାରତ ପାଇଁ ହାସଲ କରିଛନ୍ତି ୧୯ଟି ପଦକ। ୧୯ଟି ପଦକ ମଧ୍ୟରେ ୫ଟି ସ୍ୱର୍ଣ୍ଣ ପଦକ, ୮ଟି ରୌପ୍ୟ ପଦକ ଓ ୬ଟି ତମ୍ବା ପଦକ ହାସଲ ହୋଇଛି। ପୂର୍ବ ପାରା ଅଲମ୍ପିକ୍ ପ୍ରତିଯୋଗିତା ଅପେକ୍ଷା ଚଳିତ ବର୍ଷ ୫ଗୁଣା ଅଧିକ ସଫଳତା ମିଳିଛି ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି।
ପାରା ଅଲମ୍ପିଆନ୍ ମାନଙ୍କ କୃତିତ୍ୱକୁ ନେଇ ଏବେ ପୁରା ଦେଶରେ ଉତ୍ସବ। ଆଜି ଟୋକିଓ ଅଭିଯାନ ଶେଷ ହୋଇଥିବା ବେଳେ ୧୯ ପଦକ ସହ ଭାରତ ଫେରୁଛନ୍ତି ଅଲମ୍ପିଆନ୍। ସାଧାରଣ ବର୍ଗ ଭଳି ପାରା ଅଲମ୍ପିଆନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୯ ତାରିଖରେ ଟୋକିଓ ପାରା ଅଲମ୍ପିକରେ ଭାଗ ନେଇଥିବା ସମସ୍ତ ଅଲମ୍ପିଆନ ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋର୍ଦ୍ଧିତ କରିବେ ବୋଲି ସୂଚନା ମିଳିଛି।
ପାରା ଅଲମ୍ପିକ୍ରେ ସ୍ୱର୍ଣ୍ଣ ପଦକ ବିଜେତା
– ଅଭନି ଲେଖରା (୧୦ ମି ଏୟାର ରାଇଫଲ ସୁଟ୍)
– ସୁମିତ୍ ଅନ୍ତିଲ (ପୁରୁଷ ଜାଭଲିନ୍ ଥ୍ରୋ- ଏଫ୍୬୪)
– ମନୀଷା ନରୱାଲ (ମିକ୍ସଡ୍ ୫୦ ମି ପିସ୍ତଲ ଏସଏଚ୍ ୧)
– ପ୍ରମୋଦ ଭଗତ୍ (ପୁରୁଷ ବ୍ୟାଡମିଣ୍ଟନ୍ ସିଙ୍ଗଲ)
– କ୍ରୀଷ୍ଣା ନାଗର (ପୁରୁଷ ବ୍ୟାଡମିଣ୍ଟନ୍ ସିଙ୍ଗଲ ଏସଏଚ୍ ୬)
ରୌପ୍ୟ ପଦକ ବିଜେତା
– ଭାବିନାବେନ୍ ପଟେଲ (ମହିଳା ସିଙ୍ଗଲ ଟେବଲ ଟେନିସ୍)
– ନିଷଦ୍ କୁମାର (ପୁରୁଷ ହାଇ ଜମ୍ପ୍)
– ଦେବେନ୍ଦ୍ରା ଝାଝରିଆ (ପୁରୁଷ ଜାଭଲିନ୍ ଥ୍ରୋ)
– ୟୋଗେସ୍ କଠୁନିଆ (ପୁରୁଷ ଡିସକସ୍ ଥ୍ରୋ)
– ସିଂଘରାଜ ଆଧାନା (ମିକ୍ସଡ୍ ୫୦ ମି ପିସ୍ତଲ ଏସଏଚ୍ ୧)
– ମରିୟାପାନ୍ ଥାଙ୍ଗଭେଲୁ (ପୁରୁଷ ହାଇ ଜମ୍ପ୍)
– ପ୍ରବୀଣ କୁମାର (ପୁରୁଷ ହାଇ ଜମ୍ପ୍ ଟି୬୪)
– ସୁହାସ୍ ଏଲ ୟାଥିରାଜ୍ (ପୁରୁଷ ବ୍ୟାଡମିଣ୍ଟନ୍ ସିଙ୍ଗଲ)
ବ୍ରୋଞ୍ଜ ପଦକ ବିଜେତା
– ସୁନ୍ଦର ସିଂ ଗୁଜର (ପୁରୁଷ ଜାଭଲିନ୍ ଥ୍ରୋ)
– ସିଂଘରାଜ ଆଧାନା (୧୦ ମି ଏୟାର ରାଇଫଲ ସୁଟ୍)
– ସରଦ କୁମାର (ପୁରୁଷ ହାଇ ଜମ୍ପ୍)
– ଅଭନି ଲେଖରା (୫୦ ମି ଏୟାର ରାଇଫଲ ସୁଟ୍)
– ହରଭିନ୍ଦର ସିଂ (ପୁରୁଷ ତୀରନ୍ଦାଜୀ)
– ମନୋଜ ସରକାର (ପୁରୁଷ ବ୍ୟାଡମିଣ୍ଟନ୍ ସିଙ୍ଗଲ)