ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ହାଇୱା

ଆଳି,ଏନ୍ଏନ୍ଏସ୍: କଟକ -ଚାନ୍ଦବାଲି ରାସ୍ତାର ଆଳି ମାଳପାଟଣା ନିକଟରେ ଏକ ବାଲି ବୋଝେଇ ହାଇୱା ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିବା ଦେଖିବାକୁ ମିଳିଛି। ହାଇୱାରେ ବାଲି ବୋଝେଇ ଥିଲା। ହାଇୱା ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ମାଳପାଟଣା ଗ୍ରାମର ସୁରେନ୍ଦ୍ର ମହାକୁଡ଼ଙ୍କ ଗୁହାଳ ଘର ଉପରକୁ ମାଡି ଯିବାରୁ ଗୁହାଳଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଏହି ସମୟରେ ଗୁହାଳରେ ୫ଟି ଗୋରୁ ଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଗାଈ ବାଛୁରୀ ସାମାନ୍ୟ ଆହତ ହୋଇଛନ୍ତି। ଏହି ଗୁହାଳର ଆରପାଖେ ପରିବାର ଲୋକ ରୋଷେଇ କରିଥାନ୍ତି। ସେଠାରେ ଥିବା ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି।