ହାଇକୋର୍ଟର ଗୁରୁତ୍ବପୂର୍ଣ୍ଣ ରାୟ: ଗଣଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିବା ପୀଡ଼ିତାଙ୍କୁ ମିଳିବ କ୍ଷତିପୂରଣ

କଟକ,ଏନ୍ଏନ୍ଏସ୍: ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଗଣଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିବା ପୀଡ଼ିତାଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦ ବର୍ଷୀୟା ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୁବତୀଙ୍କର ସ୍ବାସ୍ଥ୍ୟର ଉପଯୁକ୍ତ ଚିକିତ୍ସା ନେଇ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତମ ଚିକିତ୍ସା ସହ ପ୍ରସବ କରାଇବା ପାଇଁ ବ୍ୟବସ୍ଥା କରାଯିବ। ସେଥିପାଇଁ କଟକ ଜିଲ୍ଲାପାଳ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନସେବା ପ୍ରାଧିକରଣ ମାଧ୍ୟମରେ କ୍ଷତିପୂରଣ ପ୍ରଦାନ କରାଯିବ। ଗତ ଏପ୍ରିଲ ୧୪ ତାରିଖରେ କଟକରେ ହୋଇଥିଲା ଗଣଦୁଷ୍କର୍ମ। ପୁଲିସ ଗର୍ଭପରୀକ୍ଷା କରାଇବା କିମ୍ବା ଆଇନସେବା ପ୍ରାଧିକରଣର ସାହାଯ୍ୟ ନେବାକୁ ପରାମର୍ଶ ଦେଇନଥିଲା। କୋର୍ଟକୁ ଏହାକୁ ସମାଲୋଚନା କରିବା ସହ କୌଣସି ଦୁଷ୍କର୍ମ ପିଡିତା ଆସିଲେ ପୋଲିସ ପ୍ରଥମେ ଏହି ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଗର୍ଭପାତ କରାଇବାକୁ ଅନୁମତି ପାଇଁ ହାଇକୋର୍ଟରେ ଆବେଦନ କରିଥଲେ ପୀଡ଼ିତା।