ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଇପିଏସ୍ ସ୍ତରରେ ଛୋଟ ଧରଣର ପରିବର୍ତ୍ତନ ହୋଇଛି। ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ୧୯୮୮ ବ୍ୟାଚ୍ ଆଇପିଏସ୍ ବିନୟାନନ୍ଦ ଝାଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ନିଯୁକ୍ତ ଦେଇଛନ୍ତି ସରକାର। ସେହିପରି ୧୯୮୯ ବ୍ୟାଚ୍ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଓଏଚ୍ଆରସିର ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶ ଭାବେ ନିଯୁକ୍ତି ଦିଆଯାଇଛି।
ଅନ୍ୟପକ୍ଷରେ ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡଙ୍ଗୀଙ୍କୁ ରେଳବାଇ ପୁଲିସ୍ ଓ ଉପକୂଳ ସୁରକ୍ଷା ଦାୟିତ୍ୱ ୨୦୦୩ ବ୍ୟାଚ୍ ଆଇପିଏସ୍ ସଫିନ ଅହମ୍ମଦ ଅଗ୍ନିଶମ ଏବଂ ଗୃହରକ୍ଷୀ ବିଭାଗର ଆଇଜିପି ଏବଂ ୨୦୧୩ ବ୍ୟାଚ୍ ଆଇପିଏସ୍ ସୁଶ୍ରୀ ଏଲ. ଡିଭ୍ୟାଙ୍କୁ ଢେଙ୍କାନାଳ ଏସ୍ପି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।