ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ କମିଛି ଦାରିଦ୍ର୍ୟ। ଓଡିଶା ବିକାଶ କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛି। ହକିର ବିକାଶ କ୍ଷେତ୍ରରେ ରାଜ୍ୟର ଭୂମିକା ବହୁତ ଅଧିକ। ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ବରିଷ୍ଠ ସାମ୍ବାଦିକ ପଦ୍ମଭୂଷଣ ଶେଖର ଗୁପ୍ତା। ରାଜ୍ୟରେ ସବୁକିଛି ସ୍ପଷ୍ଟ, ସେଠାରେ କିଛି ଅସ୍ପଷ୍ଟ ନାହିଁ। ହେଲେ ସବୁ ନିର୍ବାଚନରେ ରୋମାଞ୍ଚ ଅଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସମ୍ପର୍କରେ ନକାରାତ୍ମକ କଥା କୁହନ୍ତି ନାହିଁ।
ସେ ଖରାପ କଥା କୁହନ୍ତି ନାହିଁ, ଅନ୍ୟମାନେ ବି ତାଙ୍କ ବିରୋଧରେ ଖରାପ କଥା କୁହନ୍ତି ନାହିଁ। ମୁଁ ନବୀନ ପଟ୍ଟନାୟକଙ୍କୁ ବହୁ ଆଗରୁ ଜାଣିଛି ବୋଲି କହିଛନ୍ତି ଶେଖର ଗୁପ୍ତା । ସେ ବହୁତ ମେଳାପୀ, ବହୁତ କମ କଥା କୁହନ୍ତି। ନବୀନ ୟାରୋଁ କା ୟାର। ସେ ନିଜ ସାଙ୍ଗମାନଙ୍କୁ ସମ୍ମାନ ଦିଅନ୍ତି । ସେ ନିଜ ରାଜନୈତିକ ଦକ୍ଷତା ଦ୍ୱାରା ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। କେହି କେବେ ଭାବି ନଥିଲେ ସେ ରାଜନୀତି କ୍ଷେତ୍ରରେ ଏତେ ଭଲ କରିବେ। ସେ ବହୁତ ଭଲ କରିଛନ୍ତି। ଓଡ଼ିଶା ଦିନେ ଦାରିଦ୍ର୍ୟ ସମସ୍ୟା ଦେଇ ଗତି କରୁଥିଲା। ଏବେ ସ୍ଥିତି ସମ୍ପୂର୍ଣ୍ଣ ଅଲଗା।
ସେହିପରି ଶେଖର ଗୁପ୍ତା କହିଛନ୍ତି, ଓଡ଼ିଶା ବହୁ କ୍ଷେତ୍ରରେ ଉପରକୁ ଯାଇଛି। ଏଠି ବହୁତ ଭଲ ବିକାଶ ଯୋଜନା ଅଛି। ଓଡ଼ିଶା ହକିକୁ ବିକାଶ କରିବା ଏକ ଜାତୀୟ ଯୋଗଦାନ। ହକିରେ କ୍ରିକେଟ ପରି ଅଧିକ ଅର୍ଥ ବି ଲାଭ ହୁଏନି। ହେଲେ ନବୀନ ପଟ୍ଟନାୟକ ହକିକୁ ଆଦରି ଚାଲାକ ପଦ୍ଧତି ଆପଣେଇଛନ୍ତି। ଓଡ଼ିଶା ଏବେ ଦେଶର ହକି ରାଜଧାନୀ। ସେଥିପାଇଁ ଭାରତୀୟ ହକି ପୁଣି ଗତିଶୀଳ ହୋଇଛି। ହକିକୁ ନବୀନ ପଟ୍ଟନାୟକ ପ୍ରାୟୋଜିତ କରିବା ଗୋଟିଏ ବଡ଼ ପଦକ୍ଷେପ। ହକି ପ୍ରେମୀ ଭାବେ ଏହା ବଡ଼ ଦେଶ ସେବା ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ।