ଦେବଗଡ଼,ଏନ୍ଏନ୍ଏସ୍: ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସହାୟତା ଉଦ୍ଦେଶ୍ୟରେ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା କେନ୍ଦ୍ର ଖୋଲାଯିବା ସହ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ପ୍ରତ୍ୟେକ କାର୍ଯ୍ୟ ଦିବସରେ ପୂର୍ବାହ୍ଣ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ସହାୟତା କେନ୍ଦ୍ର ଖୋଲା ରହିବ ଏବଂ ଏଥି ପାଇଁ କର୍ମଚାରୀ ନିୟୋଜିତ କରାଯାଇଛି।
ଦେବଗଡ଼ ଜିଲ୍ଲା ମୁଖ୍ୟାଳୟଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ସହାୟତା କେନ୍ଦ୍ର ଖୋଲାଯାଇଥିବା ବେଳେ ହେଲ୍ପଲାଇନ ନମ୍ବର- ୯୧୭୮୦୭୪୧୦୦ ଜାରି କରାଯାଇଛି। ସେହିପରି ବାରକୋଟ ବ୍ଲକରେ ଖୋଲାଯାଇଥିବା ସହାୟତା କେନ୍ଦ୍ରର ପାଇଁ-୭୮୯୪୮୪୮୩୪୩, ରିଆମାଳ ସହାୟତା କେନ୍ଦ୍ର ପାଇଁ- ୯୬୬୮୬୭୩୦୭୬ ଏବଂ ତିଲେଇବଣୀ ବ୍ଲକ୍ ସହାୟତା କେନ୍ଦ୍ର ପାଇଁ- ୭୮୭୩୪୯୭୧୫୪ ନମ୍ବର ଜାରି କରାଯାଇଛି।
ଅନ୍ୟ ରାଜ୍ୟରୁ ଦେବଗଡ଼ ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଶ୍ରମିକର କୌଣସି ସମସ୍ୟା ହେଲେ ଉପରୋକ୍ତ ନମ୍ବରରେ ଯୋଗାଯୋଗ କରି ସହାୟତା ନେବାକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି।