ପାରଳାଖେମୁଣ୍ଡି,ଏନ୍ଏନ୍ଏସ୍: ଏସବିଆଇ, ପାରଳାଖେମୁଣ୍ଡିର ବ୍ରାଞ୍ଚ ମ୍ୟାନେଜର କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବ୍ୟାଙ୍କକୁ ସିଲ କରାଯାଇଛି। ସୂଚନା ଅନୁଯାୟୀ, ମୁଖ୍ୟ ଶାଖା ପରିଚାଳକ କିଛି ଦିନ ତଳେ ଭୁବନେଶ୍ୱରରୁ ପାରଳାଖେମୁଣ୍ଡିକୁ ସ୍ଥାନାନ୍ତର ହୋଇଥିଲେ। ଏଠାରେ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାବ ନମୁନା ପରୀକ୍ଷା ହେବାପରେ ରିପୋର୍ଟ ପଜିଟିଭ ଆସିବାରୁ ଗଜପତି ଜିଲ୍ଲାପାଳ ବ୍ୟାଙ୍କକୁ ସିଲ୍ କରିବା ସହ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।