ଢେଙ୍କାନାଳ ଓପିଟିସିଏଲ ପାୱାର ଗ୍ରୀଡ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ

ଢେଙ୍କାନାଳ,ଏନ୍ଏନ୍ଏସ୍: ଓପିଟିସିଏଲ୍ ଗ୍ରୀଡ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ସ୍ଥିତ ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ ବା ଓପିଟିସିଏଲ ପାୱାର ଗ୍ରୀଡ ଷ୍ଟେସନରେ ସକାଳ ୭ଟାରେ ସମୟରେ ନିଆଁ ଲାଗିଥିଲା। ଘଟଣାସ୍ଥଳରେ ୧୦ରୁ ଊର୍ଦ୍ଧ୍ୱ ଦମକଳବାହିନୀ ନିୟୋଜିତ ଅଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି।

ନିଆଁକୁ ଆୟତ୍ତ କରିବାକୁ ସ୍ଥାନୀୟ ଟାଟା ଷ୍ଟିଲ, ଜିଏମଆର, ନବଭାରତ, ଏମଜିଏମ ଆଦି କାରଖାନାର ସମସ୍ତ ଦମକଳବାହିନୀ ସହ ବନରପାଲ, ହିନ୍ଦୋଳରୋଡ, ଅନୁଗୋଳ, ଖଜୁରିଆକଟା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁ ଲାଗି ପାୱାର ଗ୍ରୀଡ ଟ୍ରାନ୍ସଫରମର ଗୁଡିକ ଜଳିପୋଡି ଯାଇଛି। ଏଥିରୁ ବ୍ୟାପକ ମାତ୍ରାରେ ତେଲ ବାହାରିବାରେ ଲାଗିଛି। ଫଳରେ ନିଆଁ ଆହୁରି ଭୟଙ୍କର ହେବାରେ ଲାଗିଛି। ସେପଟେ ନିଆଁ ଲାଗିଯିବାରୁ କୋଟି କୋଟି ଟଙ୍କା କ୍ଷତି ହେବାର ସମ୍ଭାବନା ରହିଛି।