ପାଟଣାଗଡ଼ରେ ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ନେହେନା ବନ୍ଦ ଗାଁରେ ବିପୁଳ ପରିମାଣର ଗଞ୍ଜେଇ ସହ ୨ଜଣଙ୍କୁ ଗିରଫ କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶରେ ଭ୍ରାମ୍ୟମାନ ମୋବାଇଲ ଷ୍ଟାଫ ଓ ପାଟଣାଗଡ଼ ଅବକାରୀ ବିଭାଗ ମିଳିତ ପେଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ପାଟଣାଗଡ଼ ଥାନା ଅନ୍ତର୍ଗତ ନେହେନା ବନ୍ଦ ଗାଁରେ ଚଢ଼ଉ କରି ସେହି ଗାଁର ରାଜୁ ମାଝୀ ଓ ଚୁଡ଼ାମଣି ସାହୁଙ୍କ ବାସଭବନରେ ଅବକାରୀ ବିଭାଗର ଅଧିକାରୀ ସରୋଜ କୁମାର ପରିଡ଼ା, ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ସତ୍ୟ ବେହେରା ଓ ଖପ୍ରାଖୋଲ ଅବକାରୀ ବିଭାଗର ଅଧିକାରୀ ଅଲେଖ ପୁଟେଲ ଚଢ଼ଉ କରି ରାଜୁ ମାଝୀଙ୍କ ଘରୁ ୨୦ କୁଇଣ୍ଟାଲ ଓ ଚୁଡ଼ାମଣି ସାହୁଙ୍କ ଘରୁ ଏକ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ କରି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପାଟଣାଗଡ଼ ଅବକାରୀ ବିଭାଗର କାର୍ଯ୍ୟାଳୟକୁ ଆଣି ଅଧିକ ପଚରାଉଚରା ଜାରି କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାର ହେବ ବୋଲି ଅବକାରୀ ଇନ୍ସପେକ୍ଟର ସରୋଜ ପରିଡ଼ା କହିଛନ୍ତି । ଗିରଫ ୨ଜଣ ଅଭିଯୁକ୍ତକୁ ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଥିବା ନେଇ ବୋଲି ତଦନ୍ତ ଅଧିକାରୀ ଶ୍ରୀ ପରିଡ଼ା କହିଛନ୍ତି । ଏହି ଚଢ଼ଉ ସମୟରେ ମଞ୍ଜୁ ପ୍ରତିମା ଏକ୍କା, ମଳୟ ପ୍ରଧାନ, ରମାନଶୁ ଷଡ଼ଙ୍ଗୀ, ମୋତିଲାଲ ସାଗର, ପାଟଣାଗଡ଼ ଅବକାରୀ ଅଧିକାରୀ ସତ୍ୟ ବେହେରା ଓ ଖପ୍ରାଖୋଲ ଅଧିକାରୀ ଅଲେଖ ପୁଟେଲ ସହାୟତା କରିଥିଲେ ।