୧୦ ବର୍ଷରେ ଅବକାରୀ ରାଜସ୍ୱ ୩୬୮ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଅବକାରୀ ରାଜସ୍ୱ ୧୦ ବର୍ଷରେ ୩୬୮ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୧-୨୦୧୨ରେ ଅବକାରୀ ରାଜସ୍ୱ ୧୩୭୯.୯୧ କୋଟି ଟଙ୍କା ମିଳୁଥିଲା । କିନ୍ତୁ ୨୦୨୨-୨୦୨୩ରେ ଅବକାରୀ ରାଜସ୍ୱ ଆୟ ୬୪୫୫.୦୬ କୋଟିକୁ ବୃଦ୍ଧି ପାଇଛି । ଅବକାରୀ ରାଜସ୍ୱ ବୃଦ୍ଧି ନେଇ ମୋହନ ମାଝୀଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଉତ୍ତର ରଖିଛନ୍ତି।