ଅଟୋରିକ୍ସା ସହ ଦେଢ଼ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ଜୟପୁର ଅବକାରୀ ବିଭାଗ ଦ୍ୱାରା ପେପର୍ ମିଲ୍ ଛକ ନିକଟରୁ ଦେଢ଼ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯିବା ସହ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁର ସଦର ଥାନା ପାକନାଗୁଡା ଗ୍ରାମର ପରେଶ କୁମାର ନାୟକ, ହାଟକଙ୍ଗା ଗ୍ରାମର ଯୋଗେଶ ହରିଜନ ଓ ହରେଶ ହରିଜନ।

ପେପର୍ ମିଲ୍ ଆଡୁ ଜୟପୁରକୁ ଏକ ଅଟୋରିକ୍ସାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଅବକାରୀ ନିରୀକ୍ଷକ ଧୃବଦଳ ବିଶ୍ୱାଳଙ୍କୁ ମିଳିଥିଲା। ଇନସପେକ୍ଟର ବିଶ୍ୱାଳଙ୍କ ସହ ଜୟପୁର ଅବକାରୀ ଓଆଇସି ସଞ୍ଜୟ କୁମାର କାଣ୍ଡି ଓ ଅନ୍ୟମାନେ ପେପର୍ ମିଲ୍ ଛକରେ ଅଟୋରିକ୍ସାକୁ ଚେକିଂ କରିବା ବେଳକୁ ଗାଡିରୁ ଏକ ଜରି ଅଖାରେ ଥିବା ୧୫ କିଲୋ ଗଞ୍ଜେଇ ମିଳିଥିଲା। ଉକ୍ତ ଗଞ୍ଜେଇ ଓ ଅଟୋରିକ୍ସାକୁ ଜବତ କରି ଅବକାରୀ ଟିମ୍ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା।