Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାଜ୍ୟବାହାରେ ଥିବା ଶ୍ରମିକଙ୍କୁ ପରୀକ୍ଷା କରାଇ ଅଣାଯିବ’ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାଜ୍ୟବାହାରେ ଥିବା ଶ୍ରମିକଙ୍କୁ ପରୀକ୍ଷା କରାଇ ଅଣାଯିବ’

ଝାରସୁଗୁଡା,ଏନ୍ଏନ୍ଏସ୍: ଭିଡିଓ କନଫରେନ୍ସ ଜରିଆରେ ଆଜି ଉଚ୍ଚସ୍ତରୀୟ ମନ୍ତ୍ରୀପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ, ଅଧିକରୁ ଅଧିକ ସ୍ୱାବ ପରୀକ୍ଷଣ ବ୍ୟବସ୍ଥା, ବାହାରେ ଫସିଥିବା ଓଡ଼ିଆ ଲୋକଙ୍କୁ ଘରକୁ ଆଣିବା ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଆଗାମୀ କୋଡିଏ ଦିନ ମଧ୍ୟରେ ବାରିପଦା ମେଡିକାଲରେ କୋଭିଡ ରକ୍ତ ନମୁନା ପରୀକ୍ଷା କରାଯିବ। ଏଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାସହ ଓଡିଶା ବାହାରେ ଫସିି ରହିଥିବା ଶ୍ରମିକ ତଥା ଲୋକମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇ ଲକଡାଉନ୍ ପରେ ସେମାନଙ୍କୁ ଓଡ଼ିଶାକୁ ଫେରାଇ ଆଣାଯିବ। ଶ୍ରମିକ ତଥା ରାଜ୍ୟ ବାହାରେ ଥିବା ଲୋକଙ୍କୁ ଆଣିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉ ବୋଲି କେନ୍ଦ୍ର ସରକାର ପାଖରେ ଦାବି କରିବେ ବୋଲି ଶ୍ରୀ ଦାସ କହିଛନ୍ତି।

ସେହିପରି ଓଡ଼ିଶା ବାହାରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଖୁବ ଶୀଘ୍ର ଓଡ଼ିଶାକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ମହାମାରୀ କରୋନାକୁ ପରାଜିତ କରିବା ପାଇଁ ମୁଖ୍ୟ ଯୋଦ୍ଧା ସାଜିଥିବା ଡାକ୍ତର ତଥା ମେଡିକାଲ କର୍ମଚାରୀଙ୍କ ପାଇଁ ଇନସେନଟିଭର ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କରୋନା ମୁକାବିଲା ପାଇଁ ସମସ୍ତ ଜିଲ୍ଲାରେ କୋଭିଡ ହସ୍ପିଟାଲମାନ ସ୍ଥାପନ କରାଯାଉଛି। ଏହାସହ ସରକାର ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଘରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ ଅନୁସାରେ ସମସ୍ତେ ଘରେ ରହି ସାମାଜିକ ଦୂରତା ରକ୍ଷା କଲେ ଓଡ଼ିଶା ନିଶ୍ଚୟ କରୋନା ମୁକ୍ତ ହେବ ଓ ଓଡ଼ିଶାବାସୀ ମହାମାରୀ କରୋନାକୁ ପରାଜିତ କରିପାରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।