ପାଟଣା,ଏନ୍ଏନ୍ଏସ୍ : କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ଜିଲ୍ଲା ପାଟଣା ଓ ତୁରୁମୁଙ୍ଗା ପୋଲିସ କେନ୍ଦୁଝର ମୟୁରଭଞ୍ଜ ଜିଲାକୁ ସିଲ କରିଛନ୍ତି । ପାଟଣା ଥାନା ପକ୍ଷରୁ ଏସ.ଡି.ପି.ଓ ରବୀନ୍ଦ୍ର ମଲ୍ଲିକ ଓ ପାଟଣା ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନାଙ୍କ ନେତୃତ୍ୱରେ କେନ୍ଦୁଝର ମୟୁରଭଞ୍ଜ ସୀମାନ୍ତ ଅଞ୍ଚଳର ରାସ୍ତାକୁ ସମ୍ପୂର୍ଣ୍ଣ ସିଲ କରାଯାଇଛି। ଏଥି ସହିତ ମୟୁରଭଞ୍ଜ ଜିଲ୍ଲା ପଟରୁ ଆସୁଥିବା ସମସ୍ତ ବାଇକ ଏବଂ କାର ଗୁଡିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ସୀମାନ୍ତ ଅଞ୍ଚଳକୁ ସାହାରପଡା,ସିଙ୍ଗିଡା ଚତୁରୀ ସାହି ରାସ୍ତା ,ପୋଲାସପଡା ଅସ୍ତଯୋଡି, ଘଳକୁଣ୍ଡ, କୁମୁଳାବାହାଳି, ବନବୀର ଠାରେ ରାସ୍ତାକୁ ସିଲ କରାଯାଇଛି। ସେହିପରି ତୁରୁମୁଙ୍ଗା ପୋଲିସ ପକ୍ଷରୁ ଚମ୍ପୁଆ ଏସ.ଡି.ପି.ଓ ହରିହର ପାଣିଙ୍କ ନେତୃତ୍ୱରେ ତୁରୁମୁଙ୍ଗା ଥାନା ଅଧିକାରୀ ବରେନ୍ଦ୍ର ଶିଆଳ କେନ୍ଦୁଝର ମୟୁରଭଞ୍ଜ ସୀମାନ୍ତ ଡୁମୁରିଗୁଡାର ବୈତରଣୀ ପୋଲ ନିକଟରେ ୪୯ନମ୍ବର ରାଜପଥକୁ ସିଲ କରାଯାଇଛି।