ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ସଟଡାଉନ୍

ଭୁବନେଶ୍ୱର : ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ୬୦ ଘଂଟା ସଟଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ। ଏହି ସଟଡାଉନ୍ ଏକ କର୍ଫୁ ଭଳି ଲାଗୁ ହେବ। ଆଗରୁ ଭୁବନେଶ୍ୱରରେ ଲାଗୁ ହୋଇଥିଲା। ଆଜି ରାତି ୧୦ଟାରୁ ଆରମ୍ଭ ହୋଇ ୨୬ତାରିଖ ସକାଳ ୧୦ଟା ଯାଏ ସଟଡାଉନ୍ ଜାରିରହିବ । ୩ଟି ଜିଲ୍ଲାର କୌଣସି ଦୋକାନ, ଅଫିସ, କିଛି ବି ଖୋଲା ରହିବ ନାହିଁ। କେବଳ ଔଷଧ ଦୋକାନ ଖୋଲା ରହିବ। ଏହି ୩ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି। ଏହାକୁ ଆୟତ କରିବା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି ବୋଲି ଜଣାପଡ଼ିଛି। ୨୩ ଅପ୍ରେଲ୍ ସୁଦ୍ଧା ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦, ଭଦ୍ରକରେ ୧୧ଜଣ ଆକ୍ରାନ୍ତ ସେଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୨ଜଣ । ଯାଜପୁର ୧୨ଜଣ କରୋନା ଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି  ।