ରାଇରଙ୍ଗପୁର,ଏନ୍ଏନ୍ଏସ୍: ଦିନ ଦ୍ୱିପହରରେ ଲୁଟ୍। ବାଇକରେ ଆସିଲେ ଆଉ ଲୁଟି ନେଲେ ୩ ଲକ୍ଷ ଟଙ୍କା। ସୁନ୍ଦରଗଡ ଜିଲ୍ଲା ରାଇରଙ୍ଗପୁର ତେନ୍ତଳା ଗାଁରେ ଜଣେ ବ୍ୟବସାୟୀ ଏସବିଆଇ ଶାଖାରୁ ଟଙ୍କା କାଢି ଫେରୁଥିଲେ। ଏହି ସମୟରେ ସେ ଲୁଟର ଶିକାର ହୋଇଛନ୍ତି।
ସୂଚନା ଅନୁସାରେ, ବ୍ୟବସାୟୀ ଜଣକ ଟଙ୍କା ଆଣି ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସିଥିଲେ। ତାଙ୍କ ପାଖରେ ଥିବା ୩ ଲକ୍ଷ ଟଙ୍କା ଝାମ୍ଫି ନେଇଥିଲେ।
ପରେ ବ୍ୟବସାୟୀ ଜଣକ ରାଇରଙ୍ଗପୁର ଟାଉନ ଥାନାରେ ମାମଲା ରୁଜୁ କରିଛନ୍ତି। ଏନେଇ ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି।