ଓଡିଶାରେ ପ୍ରସ୍ତୁତ କରୋନା ଆଣ୍ଟିଜେନ୍ ଟେଷ୍ଟ୍ କିଟ୍‌କୁ ମିଳିଲା ଅନୁମୋଦନ, ୨ ମାସରେ ବଜାରରେ ହେବ ଉପଲବ୍ଧ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଶାରେ ପ୍ରସ୍ତୁତ କରୋନା ଆଣ୍ଟିଜେନ୍ ଟେଷ୍ଟ୍ କିଟ୍ ଆଇସିଏମଆର ଅନୁମୋଦନ ଦେଇଛି। ଏହି କିଟ୍ ମେକ ଅନ ଓଜିଶା ଆଦାରରେ ପ୍ରସ୍ତୁତ ହୋଇଛି। ଏହି ରାପିଡ୍ ଆଣ୍ଟିଜେନ୍ କିଟର ନାଁ ଆଇଏମସିଓଜି-ଏଜି।

ସୂଚନା ଅନୁସାରେ, ଭୁବନେଶ୍ୱରର ଇମଜେନେକ୍ସ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ଏହି ଆଣ୍ଟିଜେନ୍ କିଟ୍ ପ୍ରସ୍ତୁତ ହୋଇଛି। ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ଇମଜେନେକ୍ସ ଇଣ୍ଡିଆ ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଛି। ଇମଜେନେକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଆଗାମୀ ୨ ମାସ ମଧ୍ୟରେ ଏହି କିଟ୍ ବଜାରରେ ମିଳିପାରିବ।

କରୋନା ସଂକ୍ରମଣ ଚିହ୍ନଟ କରିବାରେ ଆଣ୍ଟିଜେନ୍ ଟେଷ୍ଟ କିଟର ମଧ୍ୟ ଭୂମିକା ରହୁଛି। ବର୍ତ୍ତମାନ ଏହି କିଟ୍ ପାଇଁ ଓଡିଶାବାସୀଙ୍କୁ ବାହାର ରାଜ୍ୟର କମ୍ପାନୀ ଉପରେ ନିର୍ଭର କରିବାକୁ ପଡୁଥିଲା। ମାତ୍ର ଓଡିଶାରେ ପ୍ରସ୍ତୁତ କିଟ ବଜାରରେ ମିଳିବା ପରେ ଆଉ ସେତେଟା ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡିବନି।