ନାବାଳିକାକୁ ଦୁର୍ଷ୍କମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ

ବାଲେଶ୍ୱର,ଏନ୍ଏନ୍ଏସ୍: ଦିବ୍ୟାଙ୍ଗ ନାବାଳିକାକୁ ଦୁର୍ଷ୍କମ ମାମଲା। ଏହି ଘଟଣାରେ ୬୩ ବର୍ଷୀୟ ବୃଦ୍ଧଙ୍କୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ଅଭିଯୁକ୍ତ ଜଣକ ହେଲେ ବାଲିଆପାଳ ଥାନା ଅନ୍ତର୍ଗତ ଡମରାର ମନ୍ମଥ ଜେନା। ମାମଲାର ବିଚାର କରି ବାଲେଶ୍ୱର ପକ୍ସୋ କୋର୍ଟ ଦଣ୍ଡ ଶୁଣାଇଛନ୍ତି।

ସୂଚାନା ଅନୁସାରେ, ୨୦୧୮ ମସିହା ମେ ୧୬ ତାରିଖରେ ବୃଦ୍ଧ ଜଣକ ନାବାଳିକାକୁ ଦୁର୍ଷ୍କମ କରିଥିଲେ। ଏହାକୁ ନେଇ ନାବାଳିକା ଜଣକ ପରିବାର ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ।

ମାତ୍ର ନାବାଳିକା ଜଣକ କହି ପାରନ୍ତି ନାହିଁ କି ଶୁଣି ପାରନ୍ତି ନାହିଁ। ନାବାଳିକା ଜଣକ ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଏଭଳି ଅମାନୁଷିକ କାଣ୍ଡ ଘଟାଇଥିଲା।