ନୂଆଦିଲ୍ଲୀ,ଏଜେନ୍ସି: କୋଭିଡ଼-୧୯ ବିରୋଧରେ ଭାରତର ଯୁଦ୍ଧର ଆଗଧାଡିର ଯୋଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଆସନ୍ତା ୨୨ ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କାର୍ଯ୍ୟନିର୍ବାହୀ ବୋର୍ଡର ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଜାପାନର ଡ ହିରୋକି ନାକାଟାନୀଙ୍କ ବଦଳରେ ଶ୍ରୀ ବର୍ଦ୍ଧନଙ୍କୁ ନିର୍ବାଚିତ କରାଯାଇଛି। ଏଥିସହ ଶ୍ରୀ ବର୍ଦ୍ଧନ ବର୍ତ୍ତମାନ ୩୪ ସଦସ୍ୟ ବିଶିଷ୍ଟ ଡବ୍ଲୁଏଚଓ କାର୍ଯ୍ୟନିର୍ବାହୀ ବୋର୍ଡର ଚେୟାରମ୍ୟାନ୍ ହେବେ।
କାର୍ୟ୍ୟନିର୍ବାହୀ ବୋର୍ଡରେ ଭାରତର ପ୍ରାର୍ଥୀ ନିଯୁକ୍ତ କରିବାର ପ୍ରସ୍ତାବକୁ ୧୯୪ଟି ବିଶ୍ୱ ସ୍ୱାସ୍ଥ୍ୟ ସଭା ମଙ୍ଗଳବାର ଦିନ ଦସ୍ତଖତ କରିଛି ବୋଲି ଅଧିକାରୀମାନେ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ଡବ୍ଲୁଏଚଓର ଦକ୍ଷିଣ-ପୂର୍ବ ଏସିଆ ଗୋଷ୍ଠୀ ଗତ ବର୍ଷ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଥିଲେ ଯେ ଭାରତ ମେ’ରୁ ୩ ବର୍ଷ ପାଇଁ କାର୍ୟ୍ୟନିର୍ବାହୀ ବୋର୍ଡକୁ ନିର୍ବାଚିତ ହେବ ବୋଲି ନିଷ୍ପତ୍ତି ପରେ ସେ ଏହି ପଦ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୨ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ୟ୍ୟନିର୍ବାହୀ ବୋର୍ଡ ବୈଠକରେ ଶ୍ରୀ ବର୍ଦ୍ଧନ ନିର୍ବାଚିତ ହେବେ ବୋଲି ଅଧିକାରୀମାନେ କହିଛନ୍ତି।