ନୂଆଦିଲ୍ଲୀ,ଏଜେନ୍ସି: ଜୁନ ୧ରୁ ସାଧାରଣ ଲୋକଙ୍କ ପାଇଁ ୨୦୦ଟି ବିନା ଏସି ଟ୍ରେନ୍ ଚାଲିବ ଓ ଏସଏଲ କୋଚ୍ ଓ ଚେୟାର କାର୍ ଟ୍ରେନ୍ ଚାଲିବ ବୋଲି ଜଣାପଡିଛି। ଖୁବଶୀଘ୍ର ଟ୍ରେନର ସମୟ ସ୍ଥିର ହୋଇନଥିବା ଜଣାପଡ଼ିଛି। ତେବେ କମ୍ ଅର୍ଥ ଖର୍ଚ୍ଚ କରି ଲୋକମାନେ ଘରକୁ ଯାଇପାରିବେ। ଖୁବଶୀଘ୍ର ଏନେଇ ଆରମ୍ଭ ହୋଇଯିବ ଅନଲାଇନ ବୁକିଂ। ଏନେଇ ରେଳମନ୍ତ୍ରୀ ପୀୟୂଷ ଗୋଏଲ ଟ୍ୱିଟ କରି ସୂଚନା ଦେଇଛନ୍ତି।