ହରମନପ୍ରୀତଙ୍କ ଦାୟିତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ: ୱିମେନ୍ସ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବ । ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହରମନପ୍ରୀତ କୌରଙ୍କୁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିଛି । ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜି ହରମନପ୍ରୀତ କୌରଙ୍କୁ ନିଜ ଟିମରେ ସାମିଲ କରିବା ପାଇଁ ୧କୋଟି ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା ।

ହରମନପ୍ରୀତ କୌର ଅଧିନାୟକ ହେବା ଅବସରରେ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନୀତା ଅମ୍ବାନୀ କହିଛନ୍ତି ଯେ, ଆମେ ହରମନପ୍ରୀତଙ୍କୁ ଟିମର ଅଧିନାୟକ କରିବାକୁ ନେଇ ଖୁବ୍ ଖୁସି ଅଛି । ଜାତୀୟ ଟିମର ନେତୃତ୍ୱ ନେଉଥିବା ହରମନପ୍ରୀତ ଅନେକ ରୋମାଞ୍ଚକ ମ୍ୟାଚ ଜିତାଇଛନ୍ତି । ଚାର୍ଲୋଟ ଓ ଝୁଲନଙ୍କ ସମର୍ଥନରେ ଆମ ଟିମ୍ ମଧ୍ୟ ପଡ଼ିଆରେ ଭଲ ପ୍ରଦର୍ଶନ କରିବ ବୋଲି ମୋର ବିଶ୍ୱାସ ରହିଛି ।