ଦିଲ୍ଲୀରେ ନିଆଁ ଲାଗି କିଛି ମୁହୂର୍ତ୍ତରେ ଖସି ପଡ଼ିଲା ସମ୍ପୂର୍ଣ୍ଣ ବିଲ୍ଡିଂ

ନୂଆଦିଲ୍ଲୀ: ଦିଲ୍ଲୀର ପୁଲ ବଂଗଶ ମେଟ୍ରୋ ଷ୍ଟେସନ ପାଖରେ ଥିବା ରୋଶନାରା ରୋଡସ୍ଥିତ ଏକ ବିଲ୍ଡିଂରେ ନିଆଁ ଲାଗିଯାଇଛି। ଫଳରେ କିଛି ମୁହୂର୍ତ୍ତିରେ ୩ ମହଲା ବିଶିଷ୍ଟ ବିଲ୍ଡିଂଟି ସମ୍ପୂର୍ଣ୍ଣ ରୂପେ ଖସି ପଡ଼ିଥିବା ଜଣାପଡ଼ିଛି । ଖବର ପାଇ ଦମକଳ ବିଭାଗର ୧୮ଟି ଗାଡ଼ି ଯଥାଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ଦ୍ରୁତ ଗତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଉକ୍ତ ଘଟଣାରେ ଅନେକ ଆହତ ହୋଇଥିବା ନେଇ ପୁଲିସ ସୂଚନା ପ୍ରଦାନ କରିଛି ।