ହରିଶଙ୍କରରେ ବନ୍ଧୁ ମିଳନ

ବଲାଙ୍ଗିର/ଦେଓଗାଁ,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ହରିଶଙ୍କର ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ଭାଲୁଆ ମୁଣ୍ଡା ହାଇସ୍କୁଲର ୧୯୯୬ ମାଟ୍ରିକ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ରାସବିହାରୀ ଘିଭେଲା, ଗୁପ୍ତେଶ୍ୱର ସାହୁ, ସସ୍ମିତା ମେହେର, ଲୋଚନ ମେହେର, ପ୍ରମିଳା ମେହେର, ସବିତା ମେହେର, ପଙ୍କଜିନି ଭୋଇ, ମମତା ପୁରୋହିତଙ୍କ ସହ ଅନେକ ଲୋକ ଯୋଗ ଦେଇଥିଲେ। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ସୁରଥ ଦାସ ପରିଚାଳନା କରିଥିଲେ।