ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ

ମାଲକାନଗିରି,ଏନ୍ଏନ୍ଏସ୍ : ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଦକ୍ଷିଣ ପଶ୍ଚିମ।ଞ୍ଚଳ ଡି.ଆଇ.ଜି ସଫିନ ଅହମ୍ମଦ କେ ଙ୍କ ନିକଟରେ ଆଜି ଜଣେ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛି। ତାଙ୍କ ନାମ କମୁଲୁ ବେଟି ଓ ଘର ଛତିଶଗଡ଼ର ବିଜାପୁର ଜିଲ୍ଲାର କାମକା ଗ୍ରାମରେ ।

ସୂଚନା ଅନୁଯାୟୀ, ସେ ଗତ ୨୦୦୭ ମସିହାରୁ ମାଓ ସଂଘଠନରେ ଯୋଗ ଦେଇଥିବା ବେଳେ ସେ ୩ ଜଣଙ୍କୁ ହତ୍ୟା ଓ ୨ ଟି ପୋଲିସ ସହ ଗୁଳି ବିବିମୟ ଘଟଣା ସହ ଅନେକ ହିଂସାକାଣ୍ଡରେ ସାମିଲ ଥିବା ଜଣାପଡିଛି । ସେ ଛତିଶଗଡ଼ର କାନକେର ଘାଟି ଅଞ୍ଚଳ କମିଟିର ଏରିଆ କମିଟି ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲା । କମୁଲୁ ନାମରେ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ । ମାଓ ସଙ୍ଘଠନ ଅଦର୍ଶରୁ ବିଚ୍ୟୁତ ହେଉଥିବାରୁ ସେ ମାଓବାଦୀ ପାର୍ଟି ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାୟୀ ତାକୁ ଥଇଥାନ କରାଯିବ ବୋଲି ଡି.ଆଇ.ଜି ସଫିନ ଅହମ୍ମଦ କେ ପ୍ରକାଶ କରିଛନ୍ତି ।