ସ୍ତ୍ରୀକୁ ୩୦୦ ଖଣ୍ଡ କରି କାଟିଥିବା ସ୍ୱାମୀ କର୍ଣ୍ଣେଲଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ୨୦୧୩ ମସିହାରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ଏକ ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଜଜ୍। ୨୦୧୩ ମସିହାରେ ଭୁବନେଶ୍ବର ନୟାପଲ୍ଲୀ ଥାନା ଅଧିନସ୍ଥ ଆଇଆରସି ଭିଲେଜ ଅଞ୍ଚଳରେ ରହୁଥିବା ସେନାବାହିନୀର ଅବସରପ୍ରାପ୍ତ କର୍ଣ୍ଣେଲ ସୋମନାଥ ପରିଡା ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପରେ ୩୦୦ ଖଣ୍ଡ କରି ଟିଫିନରେ ବନ୍ଦ କରିରଖିଥିଲେ।

ଦୀର୍ଘ ୭ ବର୍ଷପରେ ବହୁଚର୍ଚ୍ଚିତ ଉକ୍ତ ହତ୍ୟାକାଣ୍ଡର ବିଚାର ପରେ ମଙ୍ଗଳବାର ଏହାର ରାୟ ପ୍ରକାଶ ପାଇଛି। ଶେଷ ପର୍ୟ୍ୟନ୍ତ ନିଜକୁ ନିର୍ଦ୍ଦୋଷ ବୋଲି କହୁଥିବା ପତ୍ନୀହନ୍ତା କର୍ଣ୍ଣେଲଙ୍କୁ ଆଜି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇବା ସହ ୫୦ ହଜାର ଜରିମାନା ପୈଠ ପାଇଁ ନିର୍ଦେଶ ଦେଇଛନ୍ତି।