ଟ୍ୱିଟରରୁ ପାର୍ଟି ନାଁ ହଟାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଦଳର ନାଁ ହଟାଇ ଦେଇଛନ୍ତି । କଂଗ୍ରେସ ଜାଗାରେ ସେ ସାମାଜିକ ଓ ରାଜନୈତିକ କାର୍ଯ୍ୟକର୍ତ୍ତା ବୋଲି ଲେଖିଛନ୍ତି । ହାର୍ଦ୍ଦିକ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଟ୍ୱିଟର ଆକାଉଣ୍ଟରୁ କଂଗ୍ରେସର ହାତ ଚିହ୍ନଟ ହଟାଇ ଦେଇଛନ୍ତି ।

ସୂଚନାଯୋଗ୍ୟ, ହାର୍ଦ୍ଦିକ ଓ ପାର୍ଟି ମଧ୍ୟରେ ଗତ କିଛିଦିନ ହେବ ମତଭେଦ ଚାଲିଥିବା ଖବର ସାମ୍ନାକୁ ଆସିଥିଲା । ନିକଟରେ ହାର୍ଦ୍ଦିକ ବିଜେପିର କାର୍ଯ୍ୟକୁ ପ୍ରଶଂସା କରିଥିବା ମଧ୍ୟ ନଜିର ରହିଛି ।