ବଜ୍ରରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଜ୍ରରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଉପନିର୍ବାଚନ ପାଇଁ ମେ’ ୪ ତାରିଖରେ ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି। ଏହାପରେ ମେ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ।

ମେ’ ୧୨ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବ ଏବଂ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟାହାର କରାଯିବ। ମେ’ ୩୧ ତାରିଖରେ ଭୋଟ ଗ୍ରହଣ ହେବ। ଏହାସହିତ ଜୁନ୍ ୩ ତାରିଖରେ ଭୋଟ ଗଣତି କରାଯିବ। କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲିପଡିଛି ବ୍ରଜରାଜନଗର ଆସନ। ତେବେ ଉପନିର୍ବାଚନ ନେଇ ବିଧିବଦ୍ଧ ଭାବେ ନିର୍ବାଚନ କମିସନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।