ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ କୋଟିର ୨ଟି ଘଡ଼ି କଷ୍ଟମ ବିଭାଗ ଜବତ କରିଛି। ପାଣ୍ଡ୍ୟାଙ୍କ ପାଖରେ ଏହି ଘଡ଼ିର ଇନଭଏସ ନଥିଲା କି ସେ ଘଡ଼ି ସମ୍ବନ୍ଧରେ ଘୋଷଣା କରିନଥଲେ। ସେଥିପାଇଁ ତାଙ୍କ ଘଡ଼ି ଜବତ କରାଯାଇଥିବା ଜଣାପଡ଼ିଛି। ଟି-ଟ୍ୱୋଣ୍ଟି ବିଶ୍ୱକପରୁ ବିଦା ହେବା ପରେ ଟିମ ଇଣ୍ଡିଆ ସ୍ୱିଦେଶ ଫେରୁଥିଲା। ଏହି ସମୟରେ ଏୟାରପୋର୍ଟରେ ହିଁ ପାଣ୍ଡ୍ୟାଙ୍କୁ ଅଟକାଇ କଷ୍ଟମ ବିଭାଗ ତାଙ୍କ ଘଡ଼ି ଜବତ କରିଥିଲା।
ସୂଚନାଯୋଗ୍ୟ, ଅଲରାଉଣ୍ଡର ଭାବେ ଜଣାଯାଉଥିବା ହାର୍ଦ୍ଦିକ ପାଣ୍ଡ୍ୟା ଟି-ଟ୍ୱୋଣ୍ଟି ବିଶ୍ୱକପ ୨୦୨୧ରେ ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି। ୩ଟି ମ୍ୟାଚରେ ପାଣ୍ଡ୍ୟା ମାତ୍ର ୬୯ ରନ୍ କରିଥିଲେ। ଖାସ୍ କରି ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ସହ ଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଠିକ୍ ସମୟରେ ଆଉଟ ହୋଇଯାଇଥିଲେ।