ନୂଆଦିଲ୍ଲୀ: ଦେଶରେ ଏବେ ସୂର୍ଯ୍ୟାସ୍ତ ପରେ ବି ପୋଷ୍ଟମର୍ଟମ କରାଯିବ। ଯେଉଁ ହସ୍ପିଟାଲରେ ରାତିରେ ପୋଷ୍ଟମର୍ଟମ କରିବାର ସୁବିଧା ଅଛି ସେଠାରେ ରାତିରେ ବି ପୋଷ୍ଟମର୍ଟମ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟା ସୂଚନା ଦେଇଛନ୍ତି। ଇଂରେଜଙ୍କ ସମୟ ବ୍ୟବସ୍ଥା ଶେଷ ହୋଇଛି। ଏବେ ୨୪ ଘଣ୍ଟା ପୋଷ୍ଟମର୍ଟମ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ନୂଆ ପ୍ରୋଟୋକଲ ଅନୁସାରେ, ଅଙ୍ଗଦାନ ପାଇଁ ପୋଷ୍ଟମର୍ଟମ ପ୍ରାଥମିକତା ଆଧାରରେ କରାଯିବା ଉଚିତ। ସନ୍ଦେହ ଦୂର କରିବା ଓ ଆଇନ ଉଦ୍ଦେଶ୍ୟରେ ରାତିରେ ସବୁ ପୋଷ୍ଟମର୍ଟମ ପାଇଁ ଭିଡିଓ ରେକର୍ଡିଂ କରାଯିବ। ଯେପର୍ଯ୍ୟନ୍ତ ଆଇନ ବ୍ୟବସ୍ଥା ସ୍ଥିତି ଉପୁଜିନି ସେପର୍ଯ୍ୟନ୍ତ ହତ୍ୟା, ଆତ୍ମହତ୍ୟା, ଦୁଷ୍କର୍ମ ଓ କ୍ଷତ-ବିକ୍ଷତ ଶବକୁ ରାତିରେ ପୋଷ୍ଟମର୍ଟମ କରାଯିବ ନାହିଁ।