ସୀମାରେ ଅନୁପ୍ରବେଶ ଅପେକ୍ଷାରେ ୨୫୦ରୁ ଅଧିକ ଆତଙ୍କବାଦୀ

ନୂଆଦିଲ୍ଲୀ, ଏଜେନ୍ସି: ଜମ୍ମୁ-କଶ୍ମୀର ସୀମାରେ ୨୫୦ ରୁ ୩୦୦ ଆତଙ୍କବାଦୀ ଅନୁପ୍ରବେଶ ମସୁଧାରେ ଅଛନ୍ତି। ସେନାବାହିନୀର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ଭାରତର କଡା ଜବାବ ଯୋଗୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ସଂଖ୍ୟା ହ୍ରାସ ପାଉଥିଲା ବେଳେ ସୀମାନ୍ତରେ କିଛି ଆତଙ୍କବାଦୀ ସଂଗଠନ ଲଞ୍ଚପ୍ୟାଡ୍ରୁ ଭାରତ ଭିତରକୁ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି। ଏହି ଲଞ୍ôଚଂ ପ୍ୟାଡରେ ୨୫୦ ରୁ ୩୦୦ ଆତଙ୍କବାଦୀ ଥିବା ଭାରତୀୟ ସେନାକୁ ସୂଚନା ମିଳିଛି। ସୁରକ୍ଷା ସଂସ୍ଥାଗୁଡିକର ଏହି ସୂଚନା ପରେ ସେନା ପକ୍ଷରୁ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସୁରକ୍ଷା ଓ ପହରା ବ୍ୟବସ୍ଥା କଡାକଡି କରାଯାଇଛି। ସେଠାରେ ଅବସ୍ଥାପିତ ଜରୁରୀକାଳୀନ ସୁରକ୍ଷା ଅଧିକାରୀ ଜେନେରାଲ ଅଫିସର କମାଣ୍ଡିଂ ମେଜର ଜେନେରାଲ ଏଚ୍ ସାହି କହିଛନ୍ତି ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏହି ସୂଚନା ମିଳିବା ପରେ ସୁରକ୍ଷା କଡାକଡି କରାଯାଇଛି।

ଏହି ଆତଙ୍କବାଦୀମାନେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବେ। ଆତଙ୍କବାଦୀଙ୍କ ଅନୁପ୍ରବେଶରେ ପାକିସ୍ତାନୀ ସେନା ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ରହିଛି। ଆଗାମୀ ଦିନରେ ଭାରତୀୟ ସେନାର ଦୃଷ୍ଟି ହଟାଇବା ପାଇଁ ପାକିସ୍ତାନ ପକ୍ଷରୁ ନିୟନ୍ତ୍ରଣ ରେଖାରେ ଗୁଳିଗୋଳା ବର୍ଷଣ ବୃଦ୍ଧି ପାଇବା ସମ୍ଭାବନା ରହିଥିବା ସେ କହିଛନ୍ତି।