ଶ୍ୱଶୂର ଘର ଗାଁ କାଜୁ ଜଙ୍ଗଲରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖୁଣ୍ଟାପିଙ୍ଗୁ ଗାଁ ନିକଟ ଏକ କାଜୁ ଜଙ୍ଗଲରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧ ହେଲେ କରଞ୍ଜିଆ କେରକେରା ଗ୍ରାମର ପାଣ୍ଡୁ ମହାନ୍ତ(୬୦)। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ମୃତ ବୃଦ୍ଧ ଶ୍ୱଶୂର ଘରକୁ ଆସିଥିଲେ। ଆଜି ସକାଳୁ କାଜୁ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଖବରପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।