ଡ୍ରଗ୍ସ କାରବାର ମାମଲାରେ ବନ୍ଧା ହେଲେ ଅଭିନେତା ଅରମାନ କୋହଲି

ମୁମ୍ୱାଇ,ଏଜେନ୍ସି: ଡ୍ରଗ୍ସ କାରବାର ମାମଲାରେ ଗିରଫ ହେଲେ ଅଭିନେତା ଅରମାନ କୋହଲି। ଦୀର୍ଘସମୟ ପଚରାଉଚରା ପରେ ଗିରଫ କରିଛି ଏନସିବି। ଶନିବାର ସନ୍ଧ୍ୟାରେ ଏନସିବି ଅରମାନଙ୍କ ଘରେ ରେଡ୍ କରିଥିବା ବେଳେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା। ଏନସିବି କହିବା ମୁତାବକ ଡ୍ରଗ୍ସ ମାପିଆଙ୍କୁ ଖୋଜି ଖୋଜି ଏନସିବି ଅରମାନଙ୍କ ନିକଟରେ ପହଞ୍ଚିଥିଲା।

ଡ୍ରଗ୍ସ ମାଫିଆ ଓ ଅରମାନଙ୍କୁ ସାମ୍ନାସାମ୍ନି ବସାଇ ପଚରାଉଚରା କରିବା ପରେ ସବୁକିଛି ସ୍ପଷ୍ଟ ହୋଇଥିଲା। କେବଳ ଏତିକି ନୁହେଁ, ବଲିଉଡର ଅନ୍ୟମାନେ ଏଥିରେ ଜଡିତ ଅଛନ୍ତି। ଆଗକୁ ଏହାର ଯାଞ୍ଚ କରାଯିବ। ଅଧିକ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ଏନସିବି। ଅରମାନ ଗିରଫ ହେବା ପରେ ଆଗାମୀ ଦିନରେ ଏନସିବି ପଞ୍ଝାରେ ଆଉ କିଏ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶନିବାର ମୁମ୍ବାଇରେ ଅରମାନ କୋହଲିଙ୍କ ବାସଭବନରେ ଚଢ଼ଉ କରିଥିଲା। ପରେ ଅରମାନଙ୍କୁ ଏନସିବି କାର୍ଯ୍ୟାଳୟକୁ ନିଆଯାଇଥିଲା। ଅରମାନ କୋହଲି ବିଗବସ୍ -୭ର ଏକ ଅଂଶ ଥିଲେ ଏବଂ ସେହି ସମୟ ମଧ୍ୟରେ ସେ ମଧ୍ୟ ବିବାଦରେ ଥିଲେ। ଏହା ବ୍ୟତୀତ ସେ ଜମାନା, କୋହ, ଭୀର, ଜାନି ଦୁଶମାନ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।